ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ ପ୍ରକ୍ରିୟା । ଅକ୍ଟୋବର ୨୦ ତାରିଖ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ସମସ୍ତ ଜିଲ୍ଲା କ୍ରିକେଟ ଆସୋସିଏସନ ଓ ସବୁ ସଦସ୍ୟଙ୍କୁ ନିର୍ବାଚନ ଅଧିକାରୀ ନୋଟିସ କରିଛନ୍ତି । ନିର୍ବାଚନରେ ୭୩ ଜଣ ସଦସ୍ୟ ଭାଗ ନେବେ । ଯିଏ ୩୭ ଭୋଟ ପାଇବ ସେ ବିଜୟୀ ହେବ । ରାଜ୍ୟର ୩୦ ଜିଲ୍ଲାର କ୍ରିକେଟ ଆସୋସିଏସନ ସମେତ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ସଦସ୍ୟ ଅଛନ୍ତି । ସେହିପରି କଟକର ୧୧ଟି ସ୍କୁଲ, ଏସସିବି ମେଡିକାଲ କଲେଜ, ଖ୍ରୀଷ୍ଟ କଲେଜ, ଷ୍ଟୁଆର୍ଟ କଲେଜ, କିଟ୍ ବିଶ୍ୱବିଦ୍ୟାଳୟ, ଇଷ୍ଟ କୋଷ୍ଟ ରେଲେଓ୍ଵ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଦସ୍ୟ ଅଛନ୍ତି । ତେବେ ଗତ ଦୁଇ ଦଶନ୍ଧି ଧରି ଓସିଏରେ ଆର୍ଶିବାଦ ବେହେରାଙ୍କ ଆଧିପତ୍ୟ ରହି ଆସିଥିବାରୁ ଚଳିତ ନିର୍ବାଚନରେ ସେ କିଙ୍ଗ ମେକର ହେବେ ବୋଲି ଆଶା କରାଯାଉଛି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…