Below header

ଆରମ୍ଭ ହେଇଛି ଓସିଏର ନିର୍ବାଚନ ପ୍ରକ୍ରିୟା, ଅକ୍ଟୋବର ୨୦ ତାରିଖ ପୂର୍ବରୁ ଶେଷ କରିବାକୁ ନିର୍ବାଚନ ଅଧିକାରୀଙ୍କ ନୋଟିସ୍

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ ପ୍ରକ୍ରିୟା । ଅକ୍ଟୋବର ୨୦ ତାରିଖ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ସମସ୍ତ ଜିଲ୍ଲା କ୍ରିକେଟ ଆସୋସିଏସନ ଓ ସବୁ ସଦସ୍ୟଙ୍କୁ ନିର୍ବାଚନ ଅଧିକାରୀ ନୋଟିସ କରିଛନ୍ତି । ନିର୍ବାଚନରେ ୭୩ ଜଣ ସଦସ୍ୟ ଭାଗ ନେବେ । ଯିଏ ୩୭ ଭୋଟ ପାଇବ ସେ ବିଜୟୀ ହେବ । ରାଜ୍ୟର ୩୦ ଜିଲ୍ଲାର କ୍ରିକେଟ ଆସୋସିଏସନ ସମେତ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ସଦସ୍ୟ ଅଛନ୍ତି । ସେହିପରି କଟକର ୧୧ଟି ସ୍କୁଲ, ଏସସିବି ମେଡିକାଲ କଲେଜ, ଖ୍ରୀଷ୍ଟ କଲେଜ, ଷ୍ଟୁଆର୍ଟ କଲେଜ, କିଟ୍‌ ବିଶ୍ୱବିଦ୍ୟାଳୟ, ଇଷ୍ଟ କୋଷ୍ଟ ରେଲେଓ୍ଵ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଦସ୍ୟ ଅଛନ୍ତି । ତେବେ ଗତ ଦୁଇ ଦଶନ୍ଧି ଧରି ଓସିଏରେ ଆର୍ଶିବାଦ ବେହେରାଙ୍କ ଆଧିପତ୍ୟ ରହି ଆସିଥିବାରୁ ଚଳିତ ନିର୍ବାଚନରେ ସେ କିଙ୍ଗ ମେକର ହେବେ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.