କ୍ରୀଡା

ବାରବାଟୀରେ ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍‌ ଡ୍ର, ଗ୍ରୁପ୍‌ର ଦ୍ୱିତୀୟ ଦଳ ଭାବେ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଲାଭ କଲା ଓଡ଼ିଶା

କଟକ (କେ ନ୍ୟୁଜ୍‌) : ବାରବାଟୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଓଡ଼ିଶା ବନାମ ଝାଡ଼ଖଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ ଆଜି ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍‌ରୁ ୩ ପଏଣ୍ଟ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ଓଡ଼ିଶା ଦଳ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି । ଏହି ମ୍ୟାଚ୍‌ ସହିତ ଏଲିଟ୍‌ ଗ୍ରୁପ୍‌ ‘ସି’ ଲିଗ୍‌ ଖେଳ ଶେଷ ହୋଇଛି । ଆଜି ଅନ୍ୟ ମ୍ୟାଚ୍‌ରେ ଜମ୍ମୁ କଶ୍ମୀର ହାରି ଯାଇଥିଲେ ମଧ୍ୟ ସର୍ବାଧିକ ୩୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଓଡ଼ିଶା ୩୮ ପଏଣ୍ଟ ପାଇଁ ଦ୍ୱିତୀୟ ସ୍ଥାନରେ ଅଛି । ଗ୍ରୁପ୍‌ରୁ ପ୍ରଥମ ଦୁଇଟି ଦଳ ଭାବେ ଜମ୍ମୁ କଶ୍ମୀର ଏବଂ ଓଡ଼ିଶା କ୍ୱାର୍ଟର ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୪୩୬ ରନ୍‌ କରିଥିବା ଓଡ଼ିଶା ଦଳ ଝାଡ଼ଖଣ୍ଡକୁ ୩୫୬ ରନ୍‌ରେ ଅଲ୍‌ଆଉଟ୍‌ କରି ୮୦ ରନ୍‌ରେ ଆଗୁଆ ରହିଥିଲା । ଏହା ପରେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୧୮୭ ରନ୍‌ କରି ପାଳି ଘୋଷଣା କରିଥିଲା । ଘରୋଇ ଦଳ ମୋଟ୍‌ ୨୬୭ ରନ୍‌ରେ ଆଗୁଆ ଥିବା ବେଳେ ଅଧିନାୟକ ଶୁଭ୍ରାଂଶୁ ପାଳି ଘୋଷଣା କରିଥିଲେ । ତେବେ ମ୍ୟାଚ୍‌ରେ କୌଣସି ଫଳାଫଳ ଆସିବାର ନଥିବାରୁ ସମୟ ପୂର୍ବରୁ ଖେଳ ଶେଷ କରି ଦିଆଯାଇଛି ।
ଓଡ଼ିଶା ଦ୍ୱିତୀୟ ଇନିଂସ୍‌ରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅପରାଜିତ ୧୦୦ ରନ୍‌ ଏବଂ ପ୍ରଥମ ଇନିଂସ୍‌ରେ ଶତକ କରିଥିବା ଦେବାଶିଷ ସାମନ୍ତରାୟ ୬୪ ରନ୍‌ କରି ଅପରାଜିତ ଥିଲେ । ଅନ୍ୟତମ ଓପ୍ନର ଶାନ୍ତନୁ ମିଶ୍ର ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଦେବାଶିଷଙ୍କୁ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ବିବେଚିତ କରାଯାଇଛି ।
ତେବେ ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ଦଳ ଏହି ମ୍ୟାଚ୍‌ରୁ ୩ ପଏଣ୍ଟ ହାସଲ କରିଛି । ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ରେ ଓଡ଼ିଶା ଦଳ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୫ଟି ବିଜୟ, ୨ଟି ପରାଜୟ ଏବଂ ୨ଟି ମ୍ୟାଚ୍‌ ଡ୍ର ରଖି ମୋଟ୍‌ ୩୮ ପଏଣ୍ଟ ପାଇଛି ।

ସ୍କୋର : ଓଡ଼ିଶା-୪୩୬ ଓ ୧୮୭/୧ ପାଳି ଘୋଷଣା । ଝାଡ଼ଖଣ୍ଡ-୩୫୬ ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

13 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

42 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

54 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago