କ୍ରୀଡା

ମାତ୍ର ୭୬ ରନ୍‌ର ଲକ୍ଷ୍ୟ ଅଷ୍ଟ୍ରେଲିଆ ଆଗରେ, ଭାରତୀୟ ସ୍ପିନର ରୋକି ପାରିବେ ତ ?

ଇନ୍ଦୋର : ବହୁତ କଷ୍ଟରେ ଘରୋଇ ଭାରତୀୟ ଦଳ ତୃତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି । ଯାହାଫଳରେ ଅଷ୍ଟ୍ରେଲିଆ ଠାରୁ ୭୫ ରନ୍‌ରେ ଆଗୁଆ ରହିଛି । ଆସନ୍ତାକାଲି କଙ୍ଗାରୁ ଦଳ ୭୬ ରନ୍‌ କଲେ ଟେଷ୍ଟ ମ୍ୟାଚ୍‌ ଜିତି ଯିବ ।

ସ୍ପିନରଙ୍କ ସ୍ୱର୍ଗ ପାଲଟିଥିବା ଇନ୍ଦୋର ପିଚ୍‌ରେ ଆଜି ଅଷ୍ଟ୍ରେଲିଆକୁ ୧୯୭ ରନ୍‌ରେ ଆଉଟ୍‌ କରିଥିଲା ଭାରତୀୟ ଦଳ । ଗତକାଲି ୪ଟି ଓ୍ଵିକେଟ୍‌ ନେଇଥିବା ସ୍ପିନର ରବୀନ୍ଦ୍ର ଜାଡେଜା ଆଜି ଆଉ ଓ୍ଵିକେଟ୍‌ ପାଇନଥିଲେ । ତେବେ ବାକି ୬ଟି ଓ୍ଵିକେଟ୍‌ ଅନ୍ୟ ଦୁଇ ସ୍ପିନର ରବିଚନ୍ଦ୍ର ଆଶ୍ୱିନ୍‌ ଏବଂ ପେସ୍‌ ବୋଲର ଉମେଶ ଯାଦବ ସମାନ ଭାବେ ବାଣ୍ଟି ନେଇଥିଲେ ।

ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ ୮୮ ରନ୍‌ ପଛରେ ରହି ଦ୍ୱିତୀୟ ପାଳି ଆରମ୍ଭ କରିଥିଲା । କେବଳ ଚେତେଶ୍ୱର ପୂଜାରା ଅନେକ ସମୟ ଧରି ଓ୍ଵିକେଟ୍‌ରେ ତିଷ୍ଠି ରହି ୧୪୨ ବଲ୍‌ରେ ୫୯ ରନ୍‌ କରିଥିଲ । ଅନ୍ୟମାନଙ୍କ ସ୍ୱଳ୍ପ ଯୋଗଦାନ ଯୋଗୁଁ ଭାରତ ୧୬୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଶ୍ରେୟସ ଆୟର ୨୬ ରନ୍‌ କରି ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ ।

ତେବେ ଭାରତୀୟ ବ୍ୟାଟରଙ୍କ ପାଇଁ ଘାତକ ସାଜିଥିଲେ ଅଷ୍ଟ୍ରେଲୀୟ ସ୍ପିନର ନାଥନ୍‌ ଲାୟନ । ସେ ୬୪ ରନ୍‌ ଦେଇ ୮ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଭାରତରେ କୌଣସି ବିଦେଶୀ ସ୍ପିନରଙ୍କର ଏହା ହେଉଛି ତୃତୀୟ ସର୍ବଶ୍ରେଷ୍ଠ ବୋଲିଂ ଫିଗର । ପୂର୍ବରୁ ସେ ୨୦୧୭ରେ ବେଙ୍ଗାଲୁରୁ ଠାରେ ୫୦ ରନ୍‌ ଦେଇ ୮ ଓ୍ଵିକେଟ୍‌ ନେଇଥିଲେ ।
ଗତକାଲି ୧୪ଟି ଓ୍ଵିକେଟ୍‌ର ପତନ ପରେ ଆଜି ଗୋଟିଏ ଦିନରେ ୧୬ଟି ଓ୍ଵିକେଟ୍‌ ଝଡ଼ି ଯାଇଛି ଏହି ପିଚ୍‌ରେ । ଆସନ୍ତାକାଲି ତୃତୀୟ ଦିନରେ ଛୋଟିଆ ଲକ୍ଷ୍ୟ ୭୬ ରନ୍‌କୁ ଅଷ୍ଟ୍ରେଲିଆ ଦଳ ହାସଲ କରି ପାରୁଛି କି ନାହିଁ ଦେଖିବାର କଥା । ଭାରତୀୟ ସ୍ପିନର କଙ୍ଗାରୁ ବ୍ୟାଟରଙ୍କୁ ରୋକି ପାରୁଛନ୍ତି କି ନାହିଁ ତାକୁ ଅପେକ୍ଷା ।

ସ୍କୋର : ଭାରତ ୧୦୯ ଏବଂ ୧୬୩ ରନ୍‌ । ଅଷ୍ଟ୍ରେଲିଆ-୧୯୭ ରନ୍‌ ।

 

 

KNews Bureau

Recent Posts

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

54 seconds ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

42 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

56 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago