କ୍ରୀଡା

ଆରେ କିଛି ନୂଆ କର ଭାଇ…କେତେ କପି କରିବ ! ଭାରତୀୟ ଟିମ୍‌ ଭଳି ପାକିସ୍ତାନ ଟିମରେ ଆରମ୍ଭ ହେଲା ଡ୍ରେସିଂ ରୁମ୍‌ ଆଓ୍ଵାର୍ଡ

ଆଇସିସି ଟି୨୦ ବିଶ୍ୱକପ ୨୦୨୪କୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ ଟିମ୍‌ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି । ଏହାର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଗତକାଲି ରାଓ୍ଵଲପିଣ୍ଡିରେ ଖେଳାଯାଇଥିଲା । ଏହି ମ୍ୟାଚକୁ ପାକିସ୍ତାନ ୭ ଓ୍ଵିକେଟ ଜିତିନେଇଥିଲା । ଏହି ମ୍ୟାଚରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଟିମ ଡ୍ରେସିଂ ରୁମର ଏକ ଭିଡିଓ ସେୟାର କରାଯାଇଛି । ଯାହାକୁ ନେଇ ଫ୍ୟାନ୍ସ ପାକିସ୍ତାନକୁ ଟ୍ରୋଲିଂ କରିଛନ୍ତି ।

ପାକିସ୍ତାନ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚରେ ଜିତିବା ପରେ ଡ୍ରେସିଂ ରୁମରେ ଶ୍ରେଷ୍ଠ ଫିଲ୍ଡର ଏବଂ ଇମ୍ପାକ୍ଟ ପ୍ଲେୟାର ଆଓ୍ଵାର୍ଡ ମିଳିଛି । ଭାରତୀୟ ଟିମ୍‌ ୨୦୨୩ରେ ବିଶ୍ୱକପ ସମୟରେ ପ୍ରତି ମ୍ୟାଚ ପରେ ଡ୍ରେସିଂ ରୁମରେ ଶ୍ରେଷ୍ଠ ଫିଲ୍ଡର ଆଓ୍ଵାର୍ଡ ଦେବା ଆରମ୍ଭ କରିଥିଲା । ପ୍ରଥମ ଥର ଭାରତ ଏଭଳି ଆରମ୍ଭ କରିଥିଲା । ଯାହାକୁ ନେଇ ସମସ୍ତେ ପ୍ରଶଂସା କରିଥିଲେ । ଏବେ ଭାରତ ପରେ ପାକିସ୍ତାନ ଟିମ୍‌ ମ୍ୟାଚ ସରିବା ପରେ ଡ୍ରେସିଂ ରୁମରେ ଆଓ୍ଵାର୍ଡ ଦେବା ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପରେ ଶାହିନ ଆଫ୍ରିଦିକୁ ଶ୍ରେଷ୍ଠ ଖେଳାଳି ଆଓ୍ଵାର୍ଡ ଦିଆଯାଇଛି । ସେହିପରି ମହମ୍ମଦ ଆମିରଙ୍କୁ ଇମ୍ପାକ୍ଟ ପ୍ଲେୟାର ଆଓ୍ଵାର୍ଡ ମିଳିଛି ।

ତେବେ ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ଟ୍ରୋଲ କରୁଛନ୍ତି । ଆଉ କେତେ କପି କରିବ ବୋଲି ଫ୍ୟାନ୍ସ ପଚାରୁଛନ୍ତି । ପୂର୍ବରୁ ଏହି ଆଓ୍ଵାର୍ଡ ଭାରତୀୟ ଟିମର ଡ୍ରେସିଂ ରୁମରେ ଆରମ୍ଭ ହୋଇଥିଲା । ଏବେ ପାକିସ୍ତାନ ଏହାକୁ କପି କରିଛି ।

ସୂଚନାଯୋଗ୍ୟ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ଟିମ୍‌ ୧୮.୧ ଓଭରରେ କେବଳ ୯୦ ରନ୍‌ କରି ଅଲଆଉଟ ହୋଇଥିଲା । ପାକିସ୍ତାନ ଏହି ଟାର୍ଗେଟକୁ ପିଛା କରି ୧୨.୧ ଓଭରରେ ୩ ଓ୍ଵିକେଟ ହରାଇ ମ୍ୟାଚ ଜିତିନେଇଥିଲା ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago