କ୍ରୀଡା

ମହାଶିବରାତ୍ରୀ ପାଳନ କଲେ ପାକିସ୍ତାନର ଏହି କ୍ରିକେଟର, ଭିଡିଓ ସେୟାର କରି ଲେଖିଲେ ‘ହର ହର ମହାଦେବ’

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ଖେଳାଳୀ ଦାନିସ କନେରିୟା ଧାର୍ମିକ ଭେଦଭାବକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ଦେଶର ସାଥୀ ଖେଳାଳୀଙ୍କ ସହ ପାମିସ୍ତାନୀ କ୍ରିକେଟ ବୋର୍ଡ ଉପରେ ମଧ୍ୟ ଭେଦଭାବର ଆରୋପ ଲଗାଇଥିଲେ। କନେରିୟାଙ୍କ କହିବାନୁଯାୟୀ ତାଙ୍କ ସହ ଧର୍ମ ଆଧାରରେ ଭେଦଭାବ କରାଯାଇଥିଲା। ସୂଚନା ମୁତାବକ ଏବେ ସେ ପୁଣି ଥରେ ମହାଶିବରାତ୍ରୀରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ରହିଛନ୍ତି।

ଦାନିସ କନେରିୟା କରାଚିରେ ମହାଶିବରାତ୍ରୀ ପାଳନ କରିଛନ୍ତି। ସେ କରାଚିର ଶ୍ରୀ ରତ୍ନେଶ୍ୱର ମହାଦେବ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ଏବଂ ସେ ଏହାର ଭିଡିଓ ମଧ୍ୟ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି କନେରିୟା ଲେଖିଛନ୍ତି, ମହାଶିବରାତ୍ରୀ ଅବସରରେ କରାଚିରେ ଅବସ୍ଥିତ ଶ୍ରୀ ରତ୍ନେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିଛି। ଭଗବାନ ମହାଦେବ ଆପଣ ସମସ୍ତଙ୍କୁ ଖୁସି ପ୍ରଦାନ କରନ୍ତୁ। ହର ହର ମହାଦେବ।

କନେରିୟା କିଛି ଦିନ ପୂର୍ବରୁ ଏକ ଭିଡିଓ ଜରିଆରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଥିଲେ। ସେ କହିଥିଲେ ପାକିସ୍ତାନ ଟିମ୍‌ରେ ଏଭଳି ଖେଳାଳୀ ତିଲେ, ଯିଏ ମ୍ୟାଚ ଫିକ୍ସ କରିଥିଲେ ଏବଂ ଦେଶକୁ ବିକ୍ରି କରିଥିଲେ କିନ୍ତୁ ପିସିବିରେ ତାଙ୍କର ପୁଣିଥରେ ସ୍ୱାଗତ କରାଯାଇଛି। ଦାନିସ କହିଛନ୍ତି ସେ କେବେ ବି ନିଜ ଦେଶକୁ ଟଙ୍କା ପାଇଁ ବିକ୍ରି କରିନାହାନ୍ତି।

ସୂଚନା ମୁତାବକ ପାକିସ୍ତାନର ୬୭ ବର୍ଷର କ୍ରିକେଟ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨ଜଣ ହିନ୍ଦୁ କ୍ରିକେଟର ଖେଳିପାରିଛନ୍ତି। କନେରିୟାଙ୍କ ପୂର୍ବରୁ ପ୍ରଥମେ ଅନିଲ ଦଲପତ ପାକ୍‌ ଟିମ୍‌ର ପ୍ରଥମ ହିନ୍ଦୁ ଖେଳାଳୀ ଥିଲେ। ରିପୋର୍ଟ ଅନୁଯାୟୀ ଗତ ବର୍ଷ ଡିସେମ୍ବରରେ ସୋଏବ ଅକ୍ତାର ନିଜ ଟିମ୍‌ର ଖେଳାଳୀଙ୍କ ଉପରେ ବଡ ଅଭିଯୋଗ କରିଥିଲେ ଟିମ୍‌ରେ ଅଧିକାଂଶ ଖେଳାଳୀ ହିନ୍ଦୁ କ୍ରିକେଟର (ଦାନିସ କନେରିୟା) ଙ୍କ ସହ ଖାଦ୍ୟ ଖାଇବା ପାଇଁ ମଧ୍ୟ ପସନ୍ଦ କରିନଥିଲେ। ଏହି କଥା ନିଜେ ଦାନିସ କନେରିୟା ପ୍ରକାଶ କରିଛନ୍ତି।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

6 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

23 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

38 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

50 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

51 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago