ମହାଶିବରାତ୍ରୀ ପାଳନ କଲେ ପାକିସ୍ତାନର ଏହି କ୍ରିକେଟର, ଭିଡିଓ ସେୟାର କରି ଲେଖିଲେ ‘ହର ହର ମହାଦେବ’

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ଖେଳାଳୀ ଦାନିସ କନେରିୟା ଧାର୍ମିକ ଭେଦଭାବକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ଦେଶର ସାଥୀ ଖେଳାଳୀଙ୍କ ସହ ପାମିସ୍ତାନୀ କ୍ରିକେଟ ବୋର୍ଡ ଉପରେ ମଧ୍ୟ ଭେଦଭାବର ଆରୋପ ଲଗାଇଥିଲେ। କନେରିୟାଙ୍କ କହିବାନୁଯାୟୀ ତାଙ୍କ ସହ ଧର୍ମ ଆଧାରରେ ଭେଦଭାବ କରାଯାଇଥିଲା। ସୂଚନା ମୁତାବକ ଏବେ ସେ ପୁଣି ଥରେ ମହାଶିବରାତ୍ରୀରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ରହିଛନ୍ତି।

danishଦାନିସ କନେରିୟା କରାଚିରେ ମହାଶିବରାତ୍ରୀ ପାଳନ କରିଛନ୍ତି। ସେ କରାଚିର ଶ୍ରୀ ରତ୍ନେଶ୍ୱର ମହାଦେବ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ଏବଂ ସେ ଏହାର ଭିଡିଓ ମଧ୍ୟ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି କନେରିୟା ଲେଖିଛନ୍ତି, ମହାଶିବରାତ୍ରୀ ଅବସରରେ କରାଚିରେ ଅବସ୍ଥିତ ଶ୍ରୀ ରତ୍ନେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିଛି। ଭଗବାନ ମହାଦେବ ଆପଣ ସମସ୍ତଙ୍କୁ ଖୁସି ପ୍ରଦାନ କରନ୍ତୁ। ହର ହର ମହାଦେବ।

କନେରିୟା କିଛି ଦିନ ପୂର୍ବରୁ ଏକ ଭିଡିଓ ଜରିଆରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଥିଲେ। ସେ କହିଥିଲେ ପାକିସ୍ତାନ ଟିମ୍‌ରେ ଏଭଳି ଖେଳାଳୀ ତିଲେ, ଯିଏ ମ୍ୟାଚ ଫିକ୍ସ କରିଥିଲେ ଏବଂ ଦେଶକୁ ବିକ୍ରି କରିଥିଲେ କିନ୍ତୁ ପିସିବିରେ ତାଙ୍କର ପୁଣିଥରେ ସ୍ୱାଗତ କରାଯାଇଛି। ଦାନିସ କହିଛନ୍ତି ସେ କେବେ ବି ନିଜ ଦେଶକୁ ଟଙ୍କା ପାଇଁ ବିକ୍ରି କରିନାହାନ୍ତି।

ସୂଚନା ମୁତାବକ ପାକିସ୍ତାନର ୬୭ ବର୍ଷର କ୍ରିକେଟ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨ଜଣ ହିନ୍ଦୁ କ୍ରିକେଟର ଖେଳିପାରିଛନ୍ତି। କନେରିୟାଙ୍କ ପୂର୍ବରୁ ପ୍ରଥମେ ଅନିଲ ଦଲପତ ପାକ୍‌ ଟିମ୍‌ର ପ୍ରଥମ ହିନ୍ଦୁ ଖେଳାଳୀ ଥିଲେ। ରିପୋର୍ଟ ଅନୁଯାୟୀ ଗତ ବର୍ଷ ଡିସେମ୍ବରରେ ସୋଏବ ଅକ୍ତାର ନିଜ ଟିମ୍‌ର ଖେଳାଳୀଙ୍କ ଉପରେ ବଡ ଅଭିଯୋଗ କରିଥିଲେ ଟିମ୍‌ରେ ଅଧିକାଂଶ ଖେଳାଳୀ ହିନ୍ଦୁ କ୍ରିକେଟର (ଦାନିସ କନେରିୟା) ଙ୍କ ସହ ଖାଦ୍ୟ ଖାଇବା ପାଇଁ ମଧ୍ୟ ପସନ୍ଦ କରିନଥିଲେ। ଏହି କଥା ନିଜେ ଦାନିସ କନେରିୟା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.