ଜମ୍ମୁ କାଶ୍ମୀର ଅନନ୍ତନାଗ ସଙ୍ଗମ ସହର ଅର୍ନ୍ତଗତ ଗୁନ୍ଦ ବାବା ଖଲିଲଠାରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ସଙ୍ଗମ ସହର ଅର୍ନ୍ତଗତ ଗୁନ୍ଦ ବାବା ଖଲିଲ ଠାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏନକାଉଣ୍ଟର କରାଯାଇଥିଲା । ଦୁଇ ନିହତ ଆତଙ୍କବାଦୀ ହେଲେ ଲସ୍କର ଏ ତୋଇବା ସଙ୍ଗଠନର ସଦସ୍ୟ । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି ।