Below header

ମେଘାଳୟର ଜଙ୍ଗଲରେ ବାସ କରୁଛି ବିଶ୍ୱର ସବୁଠୁ ବଡ ଗୁମ୍ଫା ମାଛ, ଜାଣନ୍ତୁ ଏହା ବିଷୟରେ କିଛି ଅଜଣା କଥା

ବିଜ୍ଞାନ ଯେତେ ଆଗେଇଥିଲେ ବି ପ୍ରକୃତି ମଧ୍ୟରେ ଆଜି ବି ଅନେକ ରହସ୍ୟ ଲୁଚି ରହିଛି ଯାହାକି ସାଧାରଣ ମଣିଷ ପକ୍ଷରେ ଭେଦ କରିବା ସମ୍ଭବପର ହୋଇନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଅଜବ ରହସ୍ୟ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଆମ ଦେଶ ଭାରତର ମେଘାଳୟ ରାଜ୍ୟରେ ଏମିତି ଏକ ମାଛ ଅଛି ଯାହାକୁ କି ପୃଥିବୀର ସବୁଠୁ ବଡ ଗୁମ୍ଫା ମାଛ ବୋଲି କୁହାଯାଇଥାଏ । ଏହି ରାଜ୍ୟର ଘନ ଜଙ୍ଗଲରେ ମହଜୂତ ଥିବା ‘କ୍ରମ ଉମ ଲର୍ଡ କେବ’ରେ ବିଶ୍ୱର ସବୁଠୁ ବଡ ଗୁମ୍ଫା ମାଛ ଠାବ କରାଯାଇଛି । ଯାହାର ଓଜନ ପାଖାପାଖି ଦୁଇ ପାଉଣ୍ଡ ବା ଏକ କିଲୋଗ୍ରାମ ହେବ । ଏହି ସ୍ୱତନ୍ତ୍ର ମାଛଟି ଭୂମିରୁ ୩୦୦ ଫୁଟ ଗଭୀରରେ ବାସ କରିଥାଏ ।

fish

ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ମାଛ ଟିକୁ ସୂର୍ଯ୍ୟାଲୋକର ଆବଶ୍ୟକତା ଜମା ବି ନଥାଏ । ନିଜେ ବି ଦେଖିପାରେ ନାହିଁ । ସମଗ୍ର ବିଶ୍ୱରେ ଏଧରଣର ୨୫୦ ପ୍ରଜାତିର ମାଛ ଠାବ କରାଯାଇଛି । କିନ୍ତୁ ସେମାନେ ଭାରତରେ ମିଳିଥିବା ଏହି ମାଛ ଠାରୁ ପ୍ରାୟ ୧୦ ଗୁଣ ସାନ । ‘ନ୍ୟାସନାଲ ଜିଓଗ୍ରାଫିକ’ର ଏକ ଗବେଷଣା ଅନୁଯାୟୀ ପୂର୍ବତ୍ତର ଭାଗର ‘ଉମ ଲର୍ଡ଼ କେବ’ରେ ହିଁ ଏହି ମାଛ ଠାବ କରାଯାଇଛି । ୨୦୧୯ ମସିହାରେ ଜୀବ ବିଜ୍ଞାନୀ ଡେନିଏଲ ହେରାନ ହିଁ ଠାବ କରିଥିଲେ । କିନ୍ତୁ ସେ ସମୟରେ ଗବେଷଣା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ନଥିଲା । କିନ୍ତୁ ନିକଟରେ ଡେନିଏଲ ଜଣେ ଫଟୋଗ୍ରାଫରଙ୍କ ସହ ମାଛ ମାନଙ୍କ ସାମ୍ପଲର ଫଟୋକୁ ଏକାଠି କରିଥିଲେ ।

fish

ସେମାନେ ପାଣିରେ ବିସ୍କୁଟ ପକାଇ ମାଛ ମାନଙ୍କୁ ଧରିଥିଲେ । ନିଜ ପ୍ରତିକ୍ରିୟାରେ ଡେନିଏଲ ଏହା ମଧ୍ୟ କହିଛନ୍ତିକି, ନିଜ ୨୦ ବର୍ଷର କ୍ୟାରିଅର ଭିତରେ ସେ ଏମିତି ଅଦ୍ଭୁତ ପ୍ରକାରର ବଡ ଜୀବ ଆଦୌ ଦେଖିନଥିଲେ । ଡେନିଏଲଙ୍କ ଅନୁସାରେ ‘ଉମ ଲର୍ଡ଼’ ପରି ଆହୁରି ଅନେକ ଗୁମ୍ଫା ଅଛି, ଯେଉଁଠିକି ଆଜିବି ସାଧାରଣ ମଣିଷ ପହଞ୍ଚି ପାରିନାହିଁ । ଏହି ଗୁମ୍ଫାରେ ଦେଖାଯାଉଥିବା ଜୀବ ଗୁଡିକୁ ଟରୋଗଲ ବାଇଟ ବୋଲି କୁହାଯାଏ । ଏମାନଙ୍କ ପାଚନ କ୍ରିୟା ଅନ୍ୟ ମାଛ ତୁଳନାରେ ଦୁର୍ବଳ । ସେମାନେ ଯାହା ବି ଖାଇଥାନ୍ତି ତାଠାରୁ ଅଧିକ ଉର୍ଜା ଉତ୍ପାଦନ କରିଥାଏ ।

ଏହି ସ୍ୱତନ୍ତ୍ର ଧରଣର ପ୍ରଜାତିଙ୍କର କୌଣସି ରଙ୍ଗ ବି ନଥାଏ ବା ଏମାନେ ରଙ୍ଗହୀନ । ଏମାନେ ଗୁମ୍ଫା ଭିତରେ ରହିବା କେମିତି ଶିଖିଲେ, ବିନା ସୂର୍ଯ୍ୟାଲୋକ ଓ ଖୋଲା ପବନରେ ବି ଏମାନେ କେମିତି ବଡ ହେଉଛନ୍ତି ଏବାବଦରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ଅଧିକରୁ ଅଧିକ ଗବେଷଣା ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.