ଆସନ୍ତା ୨୩ ରୁ ୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ! ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଆସନ୍ତା ୨୩ ରୁ ୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗଳାଦେଶ ଓ ତା ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଏହି ବର୍ଷା ହେବ । ଆସନ୍ତାକାଲି ଉତ୍ତର ଓଡିଶାର କେତେକ ଜିଲ୍ଲା ସୁନ୍ଦରଗଡ,ମୟୁରଭଞ୍ଜ,କେନ୍ଦୁଝର ଆଦି ଜିଲ୍ଲାମାନଙ୍କରେ ସ୍ବଳ୍ପରୁ ମଧ୍ୟମ ମାତ୍ରାରେ ବର୍ଷା ହେବାକୁ ଥିବାବେଳେ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ତାପମାତ୍ରା ବଢିବା ସହ ଗରମ ଅନୁଭୂତ ହେବ ।

Leave A Reply

Your email address will not be published.