Below header

ପରଲୋକରେ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ଯୁଗଳ କିଶୋର ଦତ୍ତ

ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ଯୁଗଳ କିଶୋର ଦତ୍ତ । ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୨୮ ମସିହା ଡିସେମ୍ବର ୨୪ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ୧୯୪୮ ମସିହାରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । କଲେଜରେ ପଢିବା ସମୟରେ ସେ ଦିଗନ୍ତ ପତ୍ରିକାର ସଂପାଦନା ମଣ୍ଡଳୀରେ ରହିଥିଲେ ।

୧୯୫୦ ମସିହାରେ ତାଙ୍କର ପ୍ରଥମ ପୁସ୍ତକ ଶତାବ୍ଦୀର ପ୍ରେମ ପ୍ରକାଶିତ ହୋଇଥିଲା । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା। ପରେ ସେ ବଙ୍ଗଳା ଭାଷାର ଉପନ୍ୟାସ ମାନ ପଢି ତାକୁ ଅନୁବାଦ କରିଥିଲେ। ବିମଳ ମିତ୍ରଙ୍କର ପ୍ରାୟ ସମସ୍ତ ଉପନ୍ୟାସକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ। ୯ଟି ଗଳ୍ପ ସଂକଳନ ସହ ବହୁ ପୁସ୍ତକ ସେ ଅନୁବାଦ କରିଛନ୍ତି । ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.