ଭୁବନେଶ୍ୱର (କେ ନ୍ୟୁଜ୍) : ଜିତିବା ପାଇଁ ପୂରା ଦମ୍ରେ ପ୍ରୟାସ କଲେ ହେଲେ ଜିତି ପାରିଲେ ନାହିଁ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍ର ଆଜି ପୁଲ୍ ‘ଡି’ ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ୧-୧ ଗୋଲ୍ରେ ଅମୀମାଂସିତ ରହିଛି ।
ମ୍ୟାଚ୍ର ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଦୁଇ ଦଳ ବେଶ୍ ବଳ କଷାକଷି ହୋଇଥିଲେ । ହେଲେ ଖେଳ ଗୋଲ୍ଶୂନ୍ୟ ରହିଥିଲା ।
ତେବେ ଚତୁର୍ଥ କ୍ୱାର୍ଟରରେ ପାକିସ୍ତାନ ପ୍ରଥମ ଗୋଲ କରି ଅଗ୍ରଣୀ ନେଇଥିଲା । ମହମ୍ମଦ ଆତିକ ୫୧ ମିନିଟ୍ରେ ଏହି ଗୋଲ୍ କରିଥିଲେ । ହେଲେ ୪ ମିନିଟ୍ ପରେ ମାଲେସିଆ ଏହାକୁ ଶୁଝାଇ ଦେଇ ସମାନ ସ୍ତରକୁ ଚାଲି ଆସିଥିଲା । ମାଲେସିଆ ତରଫରୁ ଫୈଜଲ ସାରି ଗୋଲ୍ ଦେଇଥିଲେ । ଯାହାଫଳରେ ମ୍ୟାଚ୍ ଡ୍ର ରହିଥିଲା ।
ପୁଲ୍ ‘ଡି’ରେ ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚ୍ ଡ୍ର ରଖି ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି ।
ଖେଳ ଶେଷରେ ପାକ୍ ଖେଳାଳି ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛନ୍ତି
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…