ହକି ବିଶ୍ୱ କପ୍‌ : ପଏଣ୍ଟ ଭାଗ କଲେ ପାକିସ୍ତାନ ଓ ମାଲେସିଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜିତିବା ପାଇଁ ପୂରା ଦମ୍‌ରେ ପ୍ରୟାସ କଲେ ହେଲେ ଜିତି ପାରିଲେ ନାହିଁ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ର ଆଜି ପୁଲ୍‌ ‘ଡି’ ଦ୍ୱିତୀୟ ମ୍ୟାଚ୍‌ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି ।
ମ୍ୟାଚ୍‌ର ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଦୁଇ ଦଳ ବେଶ୍‌ ବଳ କଷାକଷି ହୋଇଥିଲେ । ହେଲେ ଖେଳ ଗୋଲ୍‌ଶୂନ୍ୟ ରହିଥିଲା ।

PAKISTAN-4

ତେବେ ଚତୁର୍ଥ କ୍ୱାର୍ଟରରେ ପାକିସ୍ତାନ ପ୍ରଥମ ଗୋଲ କରି ଅଗ୍ରଣୀ ନେଇଥିଲା । ମହମ୍ମଦ ଆତିକ ୫୧ ମିନିଟ୍‌ରେ ଏହି ଗୋଲ୍‌ କରିଥିଲେ । ହେଲେ ୪ ମିନିଟ୍‌ ପରେ ମାଲେସିଆ ଏହାକୁ ଶୁଝାଇ ଦେଇ ସମାନ ସ୍ତରକୁ ଚାଲି ଆସିଥିଲା । ମାଲେସିଆ ତରଫରୁ ଫୈଜଲ ସାରି ଗୋଲ୍‌ ଦେଇଥିଲେ । ଯାହାଫଳରେ ମ୍ୟାଚ୍‌ ଡ୍ର ରହିଥିଲା ।

ପୁଲ୍‌ ‘ଡି’ରେ ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚ୍‌ ଡ୍ର ରଖି ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି ।

PAKISTAN-3

ଖେଳ ଶେଷରେ ପାକ୍‌ ଖେଳାଳି ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛନ୍ତି

FANS
କଳିଙ୍ଗ ଷ୍ଟାଡିୟମ୍‌ରେ ପାକିସ୍ତାନ-ମାଲେସିଆ ମ୍ୟାଚ୍‌ ବେଳେ ଉତ୍କଣ୍ଠାରେ ଦର୍ଶକ
Leave A Reply

Your email address will not be published.