ପୁଣି ଡାଉନ୍ ହେଲା ଫେସବୁକ୍ : ଅକାଉଣ୍ଟ ଲଗ୍ ଆଉଟ ହେବା ସହ ପାସୱାର୍ଡ଼ ହ୍ୟାକ ହେବା ସନ୍ଦେହ

ନୂଆଦିଲ୍ଲୀ : ସୋସିଆଲ ନେଟୱାର୍କଂ ୱେବସାଇଟ ଫେସବୁକ୍ ବୁଧବାର ସନ୍ଧ୍ୟା ସମୟରେ ପୁଣି ଥରେ ଠପ୍ ହୋଇଥିଲା। ଯାହାଫଳରେ ଗ୍ରାହକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଫେସବୁକ୍ ଡ଼ାଉନ୍ ହେବା ସହ ଗ୍ରାହକଙ୍କ ଆକାଉଣ୍ଟ ସ୍ବୟଂ ଲଗଆଉଟ ହୋଇଯାଇଥିଲା। ଏପରିକି କିଛିଙ୍କର ଲଗ୍ ଇନ ମଧ୍ୟ ହୋଇନଥିଲା।
ଯେଉଁ ଲୋକଙ୍କର ଆକାଉଣ୍ଟ ଲଗ ଇନ୍ ହୋଇନଥିଲା ସେମାନେ ପାସୱାର୍ଡ଼ ହ୍ୟାକ୍ ହୋଇଥିବା କହିଛନ୍ତି। ଏପରକି ଗ୍ରାହକଙ୍କ ଅକାଉଣ୍ଟ ଲକ୍ ହେବା ସହ ତାଙ୍କ ନୂଆ ପାସୱାର୍ଡ଼ ସେଟ କରିବା ପାଇଁ ଦେଖାଇଥିଲା। ଏପରିକି କିଛି ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ ଲକ୍ ମଧ୍ୟ ହୋଇଯାଇଥିଲା।
@facebook I got logged out of my account on my laptop and now cannot log back in. My password is being rejected, and I tried resetting the password but I have not received the 6-digit code in my email. pic.twitter.com/3fwefaoYEE
— Alexsander Akers (@a2) December 5, 2018
ଏନେଇ ଫେସବୁକ୍ ତରଫରୁ କୌଣସି ସୂଚନା ଦିଆଯାଇନଥିବା ବେଳେ କମ୍ପାନିକୁ ଟ୍ବିଟ୍ ଜରିଆରେ ବହୁ ସଂଖ୍ୟାକ ୟୁଜର୍ସ ଅଭିଯୋଗ ଜଣାଇଛନ୍ତି। ତେବେ ଏହିପରି ବାରମ୍ବାର ଫେସବୁକ୍ ଠପ୍ ହେବା ତାହାର ଲୋକପ୍ରିୟତାକୁ କମ କରିପାରେ ବୋଲି କୁହାଯାଉଛି।
Hi Vee. If you think your account has been hacked or taken over by someone else, we can help you secure it. Learn more here: https://t.co/uwcY9DuklB. -KN
— Facebook (@facebook) December 4, 2018