Below header

ସର୍ବଭାରତୀୟ ସ୍ତରରେ କିଟ୍ ଛାତ୍ର ଶଶାଙ୍କ ଶେଖର ଟପ୍ପର

ଭୁବନେଶ୍ବର (କେନ୍ୟୁଜ୍): ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷା-୨୦୧୮ରେ କିଟ୍ ଛାତ୍ର ଶଶାଙ୍କ ଶେଖର ଟପ୍ପର ହୋଇଛନ୍ତି । ୨୦୧୩ରେ ସେ କିଟ୍ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି କମ୍ୟୁନିକେସନ ଇଂଜିନିୟରିଂରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ପରେ ଆଇଆଇଟି ଖଡ଼ଗପୁରରେ ଏମ୍ଟେକ କରି ଏକ ଘରୋଇ କଂପାନୀରେ ନିଯୁକ୍ତି ପାଇଥିଲେ ।

ନିଜ ପ୍ରତିକ୍ରିୟାରେ ଶଶାଙ୍କ କହିଛନ୍ତି, ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷା ପାଇଁ ମୁଁ କୌଣସି କୋଚିଂ ନେଇ ନଥିଲି । କେବଳ କିଟର ବି.ଟେକ ସମୟରେ ଯାହା ପଢ଼ିଥିଲି ତାହାହିଁ ଏହି ସଫଳତା ଆଣିଦେଇଛି । କିଟର ବି.ଟେକ କରିବା ସମୟରେ ଆମକୁ ଯାହା ପଢ଼ାଯାଉଥିଲା ତାହାହିଁ ମୋତେ ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ବହୁମାତ୍ରାରେ ସାହାଯ୍ୟ କରିଥିଲା । କେବଳ ଯେ ଆଇଆଇଟି ଓ ଏନଆଇଟି ଛାତ୍ରଛାତ୍ରୀମାନେ ଭାରତୀୟ ଇଂଜିନିୟରିଂ ସେବା ପରୀକ୍ଷାରେ ଟପ୍ପର ହେବେ ଏବଂ ଭାରତୀୟ ଇଂଜିନିୟରିଂ ସେବା ଯେ କେବଳ ସେମାନଙ୍କ ପାଇଁ ବୋଲି ଯେଉଁ ଧାରଣା ରହିଛି ତାହା ଠିକ୍ ନୁହେଁ ।

ଧୈର‌୍ୟ୍ୟ, ନିଷ୍ଠା ଓ ମେଧାଶକ୍ତି ବଳରେ ଯେ କୌଣସି ଇଂଜିନିୟରିଂ ଛାତ୍ର ଭାରତୀୟ ଇଂଜନିୟରିଂ ସେବା ପରୀକ୍ଷାରେ ସଫଳତା ହାସଲ କରିପାରିବେ ବୋଲି ଶଶାଙ୍କ କହିଛନ୍ତି । ଶଶାଙ୍କଙ୍କ ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହାସହ କିଟ୍ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ତଥା କିଟ୍ର ସବୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଶଶାଙ୍କଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତାରେ ଆନନ୍ଦ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.