କ୍ରୀଡା

ଟି୨୦ ସିରିଜ ପାଇଁ ଟିମ୍‌ ଘୋଷଣା କଲା ପାକିସ୍ତାନ, ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ

ଟି୨୦ ବିଶ୍ୱକପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଟିମ ନିଜ ନିଜର ସ୍କ୍ଵାଡ ଘୋଷଣା କରିଛି । ବିସିସିଆଇ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ ଘୋଷଣା କରିବା ପରେ ପାକିସ୍ତାନ ଟିମ୍‌ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ପାକିସ୍ତାନ ଟି୨୦ ବିଶ୍ୱକପ ପାଇଁ ନୁହେଁ ବରଂ ଆୟରଲାଣ୍ଡ ଏବଂ ଇଂଲଣ୍ଡ ସିରିଜ ପାଇଁ ଟିମ୍‌ ଘୋଷଣା କରିଛି । ଟିମରେ ୧୮ ଜଣ ଖେଳାଳି ଚୟନ ହୋଇଛନ୍ତି । ପାକିସ୍ତାନ ଟି୨୦ ବିଶ୍ୱକପ ପାଇଁ ପରେ ଟିମ୍‌ ଘୋଷଣା କରିବ ।

ପାକିସ୍ତାନ କ୍ରିକେଟ ବୋର୍ଡ ଅର୍ଥାତ୍‌ ପିସିବି ଆଜି ଟି୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଏବଂ ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ୧୮ ଜଣିଆ ଟିମ୍‌ ଘୋଷଣା କରିଛି । ଏହି ଟିମ୍‌ରେ ବାବର ଆଜମ, ଅବରାର ଅହମଦ, ଆଜମ ଖାନ, ହାରିସ ରାଉଫ, ସଲମାନ ଅଲୀ ଆଗା, ମହମ୍ମଦ ଇରଫାନ ଫଠାନ, ଉସ୍ମାନ ଖାନ, ଶାହିଦ ଆଫ୍ରିଦିଙ୍କୁ ସାମିଲ କରାଯାଇଛି ।

ପାକିସ୍ତାନ ଟିମ ଆୟରଲାଣ୍ଡ ବିପକ୍ଷରେ ୧୦ ମଇରୁ ୧୪ ମଇ ପର୍ଯ୍ୟନ୍ତ ଟି୨୦ ସିରିଜ ଖେଳିବ । ଏହାପରେ ୨୨ ମଇରୁ ଇଂଲଣ୍ଡ ଗସ୍ତ କରିବ । ଏଠାରେ ୪ଟି ମ୍ୟାଚ ଖେଳିବ । ତେବେ ଏହି ସିରିଜ ବିଶ୍ୱକପକୁ ଦୃଷ୍ଟିରେ ରଖି କରାଯାଇଛି ।

ପାକିସ୍ତାନ ଟିମ୍‌ : ବାବର ଆଜମ(ଅଧିନାୟକ), ଅବରାର ଅହମଦ, ଆଜମ ଖାନ, ଫଖର ଜମା, ହାରିସ ରାଉଫ, ହସନ ଅଲ୍ଲୀ, ଇଫ୍‌ତିଖାର ଅହମଦ, ଇମାଦ ଓ୍ଵାସିମ, ଆବ୍ଦାସ ଆଫ୍ରିଦ, ମହମ୍ମଦ ଆମିର, ମହମ୍ମଦ ରିଜଓ୍ଵାନ, ଇରଫାନ ଖାନ ନିୟାଜ, ନସିମ ଶାହ, ସଇମ ଅୟୁବ, ସଲମାନ ଅଲ୍ଲୀ ଆଗା, ଶାଦାବ ଖାନ୍‌, ଶାହିନ ଆଫ୍ରିଦି, ଉସ୍ମାନ ଖାନ ।

ଟି୨୦ ବିଶ୍ୱକପ ୨୦୨୪ ଜୁନରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ ମ୍ୟାଚ । ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ ।  ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି । ଭାରତୀୟ ସମୟ ଅନୁସାରେ ଟୁର୍ଣ୍ଣାମେଣ୍ଟ ଜୁନ୍‌ ୨ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକରେ ୨୦ଟିମ ଭାଗ ନେବେ । ପ୍ରତ୍ୟେକ ଟିମକୁ ୪ଟି ଗ୍ରୁପରେ ବଣ୍ଟାଯିବ । ଭାରତ ଗ୍ରୁପ ଏରେ ରହିବ । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ ।

ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

Swagatika

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

16 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

18 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

22 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

27 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

30 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

42 mins ago