କ୍ରୀଡା

ଶତାବ୍ଦୀର ମହାନାୟକଙ୍କ ସୁସ୍ଥତା ପାଇଁ ପ୍ରାଥର୍ନା କରୁଛି ପାକିସ୍ତାନ, ଟ୍ୱିଟ ଜରିଆରେ ଆରୋଗ୍ୟ କାମନା କରୁଛନ୍ତି କ୍ରିକେଟର

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସାହିଦ ଆଫ୍ରିଦି ବିଗ-ବି ଅମିତାଭ ବଚ୍ଚନ ଓ ଅଭିଶେଖ ବଚ୍ଚନଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ ନେଇ କାମନା କରିଛନ୍ତି । କହିରଖିବା ଉଚିତ ହେବକି, ଶନିବାର ବିଳମ୍ବିତ ରାତିରେ ଉଭୟ ବାପ ପୁଅ କରୋନା ପଜିଟିଭ ଥିବା ଜଣାଯାଇଥିଲା । ପରଦିନ ଅର୍ଥାତ ରବିବାର ବଚ୍ଚନ ପରିବାରର ବହୂ ଐଶ୍ୱରୀୟା ରାୟ ବଚ୍ଚନ ଓ କୁନି ସଦସ୍ୟ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଏହାକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଥିଲା । ବଚ୍ଚନ ପରିବାରର ଏପରି ଖବର ଶୁଣିବା ପରେ ପ୍ରଶଂସକ ମାନେ ନିରାଶ ହୋଇ ଯାଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ପରିବାରର ଶୀଘ୍ର ଆରୋଗ୍ୟ କାମନା କରି ସୋସିଆଲ ମିଡ଼ିଆ ମାନଙ୍କରେ ଶୁଭେଚ୍ଛାର ସୁଅ ଛୁଟିଥିଲା ।


ଏମିତିକି ଭାରତର ଚିରାଚରିତ ଶତ୍ରୁ ରାଷ୍ଟ୍ର ଭାବେ ଜଣା ପାକିସ୍ତାନର ପୂର୍ବ ଅଧିନାୟକ ସାହିଦ ଆଫ୍ରିଦି ବି ନିଜ ଟ୍ୱିଟର ଆକାଉଣ୍ଟରେ ବିଗ ବଚ୍ଚନଙ୍କ ଶୀଘ୍ର ସୁସ୍ଥତା ନେଇ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ନିଜ ଆକାଉଣ୍ଟରେ ଆଫ୍ରିଦି ଲେଖିଛନ୍ତିକି @ SrBachachan ଓ @juniorବଚ୍ଚନଙ୍କୁ ମୋର ଶୁଭକାମନା । ଆପଣ ମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । କହିରଖିବା ଉଚିତକି, ଆଫ୍ରିଦି ନିଜେ ବି କରୋନା ଆକ୍ରାନ୍ତ ହୋଇଥିଲେ । ଜୁନ ମାସରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଚଳିତ ମାସ ଆରମ୍ଭରେ ହିଁ ସେ ସୂଚନା ଦେଇଥିଲେକି ବର୍ତ୍ତମାନ ସେ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ କରୋନା ମୁକ୍ତ ଅଛନ୍ତି ।

ଏହା ପୂର୍ବରୁ ଦେଶର ଦ୍ରୁତ ବୋଲର ସୋଏବ ଅଖାତର ଅମିତାଭଙ୍କ ଶୀଘ୍ର ସୁସ୍ଥ ହେବା ନେଇ ଆରୋଗ୍ୟ କାମନା କରିଥିଲେ । ସୋଏବ ବି ନିଜ ଟ୍ୱିଟରରେ ଏହି ବାର୍ତ୍ତା ଦେଇଥିଲେ । ସାହିଦ ଆଫ୍ରିଦିଙ୍କ ବ୍ୟତୀତ ପାକିସ୍ତାନ କ୍ରିକେଟ ଟିମର ୧୦ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଯାବତ କିଛି ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଆସନ୍ତା ମାସ ଏହି ଦଳ ତିନିଟି ଟେଷ୍ଟ ବ୍ୟତୀତ ତିନିଟି ଅଂତରରାଷ୍ଟ୍ରୀୟ ୨୦ଟି ମ୍ୟାଚ ଖେଳିବାକୁ ଯାଉଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago