ରାଜ୍ୟ

କେଇ ଘଣ୍ଟା ପରେ ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି କରିଥାନ୍ତେ ବିବାହ, ବଦଳରେ ଜଳିଲା ଜୁଇ

ବାଲିଅନ୍ତା: ମାତ୍ର କେଇ ଘଣ୍ଟା ପରେ ବରବେଶ ସାଜି ଗତକାଲି କନ୍ୟା ଘର ଅଭିମୁଖେ ବାହାରିଥାନ୍ତେ ଅକ୍ଷୟ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବରବେଶ ବଦଳରେ ତାଙ୍କ ଦେହରେ ବିଛାଇ ଦିଆଗଲା ଅଭିର ଏବଂ ପିନ୍ଧାଇ ଦିଆଗଲା ନୂଆ ଧଳା ଧୋତି।  ୬ ଖଣ୍ଡ ବାଉଁଶରେ ତିଆରି କୋକେଇରେ ତାଙ୍କୁ ଶୁଆଇ ଦିଆଗଲା। ବାହାବେଦି ବଦଳରେ ତାଙ୍କୁ ବୋହି ନିଆଗଲା ଗାଁ ମଶାଣିକୁ। ବାହାବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ କରିବା ବଦଳରେ ଜଳିଲା ତାଙ୍କର ଜୁଇ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲିଅନ୍ତା ଥାନା ସତ୍ୟଭାମାପୁର ରୋକଟ ଭୋଇସାହି ଅଞ୍ଚଳରେ । ଗତକାଲି ସକାଳୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ରୋକଟ ଭୋଇସାହି ନାରାୟଣ ଭୋଇଙ୍କ ବଡ଼ପୁଅ ଅକ୍ଷୟ କୁମାର ଭୋଇ (୩୦)ଙ୍କ ବାହାଘର ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲଥିଲା । ବର ନିମନ୍ତ୍ରଣ ପାଇଁ ଆସିଥିବା ବରଧରା ଲୋକଙ୍କୁ ବିଦାୟ ଦିଆ ଯାଉଥିଲା। ହଠାତ୍ କିଛି ସମୟ ଭିତରେ ସବୁକିଛି ସ୍ତବ୍ଧ ହୋଇପଡିଥିଲା । ନିକଟସ୍ଥ ଏକ ନିର୍ମାଣାଧୀନ ଘରେ ଅକ୍ଷୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। କେହି କିଛି ବି ବୁଝି ପାରିନଥିଲେ। ହସଖୁସିର ମାହୋଲ୍‌ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା।

ଏନେଇ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ଅପରାହ୍ନ ଗାଁ ମଶାଣିରେ ଅକ୍ଷୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ  ଅକ୍ଷୟଙ୍କ ଏଭଳି ଆତ୍ମହତ୍ଯା କରିବା ସାଧାରଣରେ ଏ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି ।

 

 

Sonalisa

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

13 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

16 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

20 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

33 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

50 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago