Below header

କେଇ ଘଣ୍ଟା ପରେ ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି କରିଥାନ୍ତେ ବିବାହ, ବଦଳରେ ଜଳିଲା ଜୁଇ

ବାଲିଅନ୍ତା: ମାତ୍ର କେଇ ଘଣ୍ଟା ପରେ ବରବେଶ ସାଜି ଗତକାଲି କନ୍ୟା ଘର ଅଭିମୁଖେ ବାହାରିଥାନ୍ତେ ଅକ୍ଷୟ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବରବେଶ ବଦଳରେ ତାଙ୍କ ଦେହରେ ବିଛାଇ ଦିଆଗଲା ଅଭିର ଏବଂ ପିନ୍ଧାଇ ଦିଆଗଲା ନୂଆ ଧଳା ଧୋତି।  ୬ ଖଣ୍ଡ ବାଉଁଶରେ ତିଆରି କୋକେଇରେ ତାଙ୍କୁ ଶୁଆଇ ଦିଆଗଲା। ବାହାବେଦି ବଦଳରେ ତାଙ୍କୁ ବୋହି ନିଆଗଲା ଗାଁ ମଶାଣିକୁ। ବାହାବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ କରିବା ବଦଳରେ ଜଳିଲା ତାଙ୍କର ଜୁଇ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲିଅନ୍ତା ଥାନା ସତ୍ୟଭାମାପୁର ରୋକଟ ଭୋଇସାହି ଅଞ୍ଚଳରେ । ଗତକାଲି ସକାଳୁ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ରୋକଟ ଭୋଇସାହି ନାରାୟଣ ଭୋଇଙ୍କ ବଡ଼ପୁଅ ଅକ୍ଷୟ କୁମାର ଭୋଇ (୩୦)ଙ୍କ ବାହାଘର ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲଥିଲା । ବର ନିମନ୍ତ୍ରଣ ପାଇଁ ଆସିଥିବା ବରଧରା ଲୋକଙ୍କୁ ବିଦାୟ ଦିଆ ଯାଉଥିଲା। ହଠାତ୍ କିଛି ସମୟ ଭିତରେ ସବୁକିଛି ସ୍ତବ୍ଧ ହୋଇପଡିଥିଲା । ନିକଟସ୍ଥ ଏକ ନିର୍ମାଣାଧୀନ ଘରେ ଅକ୍ଷୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। କେହି କିଛି ବି ବୁଝି ପାରିନଥିଲେ। ହସଖୁସିର ମାହୋଲ୍‌ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା।

bhubaneswar newsଏନେଇ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ଅପରାହ୍ନ ଗାଁ ମଶାଣିରେ ଅକ୍ଷୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ  ଅକ୍ଷୟଙ୍କ ଏଭଳି ଆତ୍ମହତ୍ଯା କରିବା ସାଧାରଣରେ ଏ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.