ପୁଣି ମହାନତା ଦେଖାଇଲେ ସୋନୁ, ୪୦୦ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ କରିବେ ବହନ

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ଦୁଇ ପାଦ ଆଗକୁ ଯାଇ ୪ ଶହ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା ପାଇଁ ଅଣ୍ଟା ଭିଡିଛନ୍ତି। ଲକଡାଉନ ସମୟରେ ଅନେକ ଶ୍ରମିକ ଚାଲି ଚାଲି ଘରକୁ ଫେରୁଛନ୍ତି। ଏହି ସମୟରେ ଅନେକ ଅସୁସ୍ଥ ହୋଇପଡିଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏପରି ୪ ଜଶହ ଶ୍ରମିକଙ୍କ ପରିବାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବେ ସୋନୁ ଏବଂ ତାଙ୍କ ଟିମ୍‌। ଏଥିସହ ସେମାନଙ୍କ ପିଲାମାନଙ୍କର ପାଠପଢାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବେ।

ଏ ନେଇ ସୋନୁ କୁହନ୍ତି, ଯେଉଁ ପ୍ରବାସୀମାନେ ଘରକୁ ଫେରିବା ସମୟରେ ଅସୁସ୍ଥ ହୋଇପଡିଛନ୍ତି ବା ଯେଉଁମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ଦାୟିତ୍ୱ ନେବା ମୋର କର୍ତ୍ତବ୍ୟ। ଏଥିପାଇଁ ସୋନୁ ଶ୍ରମିକଙ୍କର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେ ଝାରଖଣ୍ଡ, ଉତ୍ତରପ୍ରଦେଶ ଏବଂ ବିହାରର ଶ୍ରମିକଙ୍କ ସହ ସଂପର୍କ ମଧ୍ୟ କରୁଥିବା ଜଣାପଡିଛି।

sood

ପ୍ରକାଶ ଯେ, ଲକଡାଉନ ସମୟରେ ସୋନୁ ବସ, ଟ୍ରେନ ଏବଂ ଫ୍ଲାଇଟ ବନ୍ଦୋବସ୍ତ କରି ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇଛନ୍ତି। ଟ୍ଵିଟର ଯୋଗେ ଏବେ ବି ସୋନୁ ଲୋକଙ୍କୁ ସହଯୋଗ କରୁଛନ୍ତି। ସୋନୁଙ୍କ ଏଭଳି କାମ ଯୋଗୁଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଏପର୍ଯ୍ୟନ୍ତ ୨୧ ହଜାର ପ୍ରବାସୀଙ୍କୁ ସୋନୁ ସେମାନଙ୍କ ଘରେ ପହଞ୍ଚାଇସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.