ଏମିତି ସ୍ୱଚ୍ଛ ରଖନ୍ତୁ ନିଜ ମାସ୍କ, ମତ ଦେଲେ ବୈଜ୍ଞାନିକ

କରୋନା ମହାମାରୀର ଏଭଳି କଠିନ ପରିସ୍ଥିତିରେ ଘରୁ ବାହାରକୁ ପାଦ କାଢିଲେ ମୁଁହରେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ମାସ୍କ ଏବେ ସମସ୍ତଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ତେବେ ବାହାରକୁ ଗଲେ ମାସ୍କ ଧୂଳି ମଳି ଓ ଝାଳ ହେବା ସହିତ ସେଥିରେ ଭୂତାଣୁ ରହିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ତେଣୁ ମାସ୍କକୁ ନିୟମିତ ଭାବେ ଘରେ ସଫା କରିବାକୁ ପଡ଼ିଥାଏ । ତେବେ ମାସ୍କକୁ ସଫା କରିବାର ଏକ ସ୍ୱତନ୍ତ୍ର ପ୍ରଣାଳୀ ରହିଛି । ଯାହା ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିର କରାଯାଇଛି । ଅସନ୍ତୁ ଜାଣିବା କିଭଳି ସଠିିକ୍ ଭାବେ ମାସ୍କକୁ ଧୋଇ ବ୍ୟବହାର କରିବା ।

mask

ଋିୟୁଜେବଲ ମାସ୍କକୁ ପ୍ରତିଦିନ ସଠିକ୍ ଭାବରେ ଧୋଇବା ଉଚିତ । ଆମେରିକାର କ୍ଲିନିଙ୍ଗ ଇନଷ୍ଟିଚ୍ୟୁଟ୍‌ର କମ୍ୟୁନିକେସନ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ ଉପାଧ୍ୟକ୍ଷ ବ୍ରାୟନ ସନସୋନିଙ୍କ ମତରେ କପଡାରେ ତିଆରି ହେଉଥିବା ରିୟୁଜେବଲ୍ ମାସ୍କକୁ ନିୟମିତ ଭାବରେ ଧୋଇବା ଉଚିତ । ସେହିପରି ଗୁଡ ହାଉସକିପିଂ ଇନଷ୍ଟିଚ୍ୟୁଟ୍‌ର ଜଣେ ନିର୍ଦ୍ଦେଶକ କେରୋଲିନ ର୍ଫୋଟଙ୍କ ମତରେ ଯଦି ନିଜେ କପଡାରେ ମାସ୍କ ତିଆରି କରୁଛନ୍ତି. ତେବେ ମାସ୍କକୁ ଧୋଇବା ପୂର୍ବରୁ ଏହା ଭିତରେ ଥିବା ପେପର ଫିଲଟର କାଢି ଦିଅନ୍ତୁ ।

ଫେବ୍ରିକ ମାସ୍କକୁ ମେସିନରେ ମଧ୍ୟ ଧୁଆଯାଇ ପାରିବ ବୋଲି ସେ କହିଛନ୍ତି । ଏହା ସାନିଟାଇଜ କରିବାରେ ମଧ୍ୟ ସାହାଯ୍ୟ କରେ । ହାତ ତିଆରି ମାସ୍କ ଖୁବ ଦୁର୍ବଳ ହୋଇଥାଏ । ତେଣୁ ଏହାକୁ ପ୍ରଥମେ ଗରମ ପାଣିରେ ଭିଜାଇ ୨୦ ରୁ ୩୦ ସେକେଣ୍ଡ ପର‌୍ୟ୍ୟନ୍ତ ଭଲ ଭାବରେ ଘସି ପରେ ସ୍ୱଚ୍ଛ ପାଣିରେ ଧୋଇ ସୁଖାଇବେ । ମାସ୍କକୁ ଧୋଇବା ପରେ ନିଜ ହାତକୁ ମଧ୍ୟ ଭଲ ଭାବରେ ଧୁଅନ୍ତୁ ।

mask

ଦାଗ ଲିଭାଇବାର ପ୍ରକ୍ରିୟା:

-ଚା’ ଡେଡ ସ୍କିନ କିମ୍ବା ତେଲ ଜାତୀୟ ଦାଗ କାଢିବା ପାଇଁ ଏନ୍‌ଜାଇମ୍ ମୁକ୍ତ ଷ୍ଟେନ୍ ରିମୁଭରର ବ୍ୟବହାର କରନ୍ତୁ । ଚା ମେକ୍ଅପ କିମ୍ବା ଲିପଷ୍ଟିକ୍‌ର ଦାଗ ଲିଭାଇବା ପାଇଁ ରବିଙ୍ଗ ଆଲକୋହଲର ବ୍ୟବହାର କରନ୍ତୁ । ଏଥିରେ ମେକଅପ୍ ରିମୁଭର ୱାଇପ୍ସର ମଧ୍ୟ ପ୍ରୋୟଗ କରି ପାରିବେ ।

-ଚା’ ଝାଳ ଓ ପ୍ରୋଟିନର ଦାଗ ପାଇଁ ଏଞ୍ଜାଇମ ଥିବା ଷ୍ଟେନ ରିମୁଭରକୁ ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.