Below header

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି, ଘର ଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ସିସିଟିଭି ଜବତ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି । ଆଦିତ୍ୟଙ୍କର ମୁଖ୍ୟ ସହଯୋଗୀ ପପୁ ଓ ବିକାଶର ବୟାନ ରେକର୍ଡ କରାଯାଇଛି । ଗତ ୬ ତାରିଖ ସଂଧ୍ୟା ୭ଟାରେ ଘରୁ ବାହାରିଥିଲେ ଆଦିତ୍ୟ । ଘରଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ସିସିଟିଭି ଜବତ କରାଯାଇଛି । ସିସିଟିଭରେ ଆଦିତ୍ୟଙ୍କୁ ଏକୁଟିଆ ଯାଉଥିବା ଦେଖିବାକୁ ମିଳିଛି । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.