Below header

ଚୋରି କରୁଥିବା ବେଳେ ଛୋଟ ଝିଅର ଏମିତି ଦୁଷ୍ଟାମି, ଭିଡିଓ ଦେଖିଲେ ଆପଣ ବି କହିବେ ବାଃ

ବଡ ହେବା ପରେ ଆମେମାନେ କିଛି ନା କିଛି ଭୁଲ୍ କରିଥାଉ ଆଉ ଠିକ୍ ସେହି ସମୟରେ ଆମେ ଘରର ବଡ ଲୋକଙ୍କ ହାତରେ ଧରା ମଧ୍ଯ ପଡିଯାଉ। କିନ୍ତୁ ସୋସିଆଲ ମିଡିଆରେ ଏଭଳି ଘଟଣାକୁ ନେଇ ଏକ ଭିହିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ଯ ଛୋଟ ପିଲାଠାରୁ କିଛି ଶିଖିବା ଦରକାର ବୋଲି ଜାଣିପାରିବେ। ଆମେରିକାର କନେକ୍ଟିକଟରେ ନ୍ଯୁ ହେୱନର ଜଣେ ଶିଶୁ ସ୍ନାକ୍ସ ଚୋରି କରୁଥିବା ବେଳେ ଧରା ପଡିଯିବା ପରେ ନିଜକୁ ବଞ୍ଚାଇବା ପାଇଁ ଏକ ଯୋଜନା କରିଛି। ଯାହାକୁ ଦେଖି ଆପଣ ମଧ୍ଯ ନିଜର ହସ ରୋକି ପାରିବେ ନାହିଁ।

ସୋସିଆଲ ମିଡିଆରେ ଏହି ଛୋଟ ପିଲାଟିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ପିଲାଟି ଶୋଇବାର ନାଟକ କରୁଥିବାର ନଜର ଆସିଛି। ସୂଚନା ଯୋଗ୍ଯ ଏହି ଛୋଟ ପିଲାଟିକୁ ଯେତେବେଳେ ତାଙ୍କ ଜେଜେମା ସ୍ନାକ୍ସ ଚୋରି କରୁଥିବାର ଧରିଦେଇଥିଲେ ଠିକ୍ ସେହି ସମୟରେ ଛୁଆଟି ଆଖି ବନ୍ଦ କରିଦେଇଥିଲା। ଭିଡିଓଟି ଦେଖିଲେ ଏପରି ଲାଗୁଛି ଯେମିତି ପିଲାଟି ଶୋଇ ରହିଛି।

ଶେଷରେ ଜେଜେମା’ ପଚାରିଛନ୍ତି, ‘ଓହଃ ତୁମେ ଶୋଇ ପଡିଛ?’ ପରେ ଛୋଟ ଝିଅଟି ଆସ୍ତେ କି ଆଖି ଖୋଲି ନିଜ ମା’ଙ୍କୁ ଅନାଇ ହସି ଦେଇଛନ୍ତି। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ୧.୬ ମିଲିୟନରୁ ଅଧିକ ଥର ଦେଖା ସରିଥିବା ବେଳେ ୧୭ହଜାର ଲାଇକ୍ ଏବଂ ୩୨ହଜାର ସେୟାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.