Below header

ସୁନ୍ଦରଗଡରେ ୩୭ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ, ସେଥିରୁ ୩୫ ପୋଲିସ୍ କର୍ମଚାରୀ

ସୁନ୍ଦରଗଡ: ଆଜି ସୁନ୍ଦରଗଡରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ଥିବା ଜଣାପଡିଛି । ୩୭ ଜଣଙ୍କ ମଧ୍ୟରୁ ୩୫ ଜଣ ପୋଲିସ୍ କର୍ମଚାରୀ, ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ଥିବା ସୂଚନା ମିଳିଛି । କରୋନା ଯୋଦ୍ଧାଙ୍କ ଭିତରୁ ୧୫ ଜଣ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିବାବେଳେ ଆଉ ୨୨ ଜଣଙ୍କୁ ଘରୋଇ ସଂଗରୋଧରେ ରହିବାକୁ କୁହାଯାଇଛି।

 ଏନେଇ ସୁନ୍ଦରଗଡ ଜିଲ୍ଳାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁନ୍ଦରଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫କୁ ବୃଦ୍ଧି ପାଇଛି। ସେମାନଙ୍କ ଭିତରୁ ୩୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଜିଲ୍ଲାରେ ମୋଟ୍ ୪୦୪ଟି ଆକ୍ଟିଭ୍ କେସ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.