ସଚିନ୍ ପାଇଲଟ୍‌ଙ୍କ ସମେତ ତାଙ୍କର ଦୁଇ ସମର୍ଥକ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଲେ

ଜୟପୁର : ରାଜସ୍ଥାନ କଂଗ୍ରେସରେ ଆହୁରି ଘନେଇଲା ବିବାଦ । ସଚିନ୍ ପାଇଲଟ୍‌ଙ୍କୁ ଆଜି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦବିରୁ ବହିଷ୍କାର କରାଯାଇଛି । ସେହିପରି ସେ ପସିସିର ସଭାପତି ପଦରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ସେହିପରି ପାଇଲଟ୍‌ଙ୍କ ସମର୍ଥକ କୁହାଯାଉଥିବା ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ବିଶ୍ୱବେନ୍ଦ୍ର ସିଂହ ଓ ରମେଶ ମୀନାଙ୍କ ଠାରୁ ମଧ୍ୟ ମନ୍ତ୍ରୀ ପଦ ଛଡ଼ାଇ ନିଆଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଘୋଡ଼ା ବେପାର ଚଳାଇଛି । ଅନ୍ୟପକ୍ଷରେ ତିନିଟି ଦାବି ପୂରଣ ପାଇଁ ଜିଦ୍‌ରେ ଅଡ଼ି ବସିଥିବା ସଚିନ୍ ଏବେ ବିଜେପି ମୁହାଁ ହୋଇଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରିବା ଲାଗି କଂଗ୍ରେସ ବିଧାୟକମାନେ ଦାବି କରିଛନ୍ତି ।
ସେହିପରି ସଚିନ୍ ପାଇଲଟ୍‌ଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଅଶୋକ ଗେହଲଟ୍ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.