କ୍ରୀଡା

IPL ନିଲାମୀରେ ଅନସୋଲ୍ଡ ଥିଲେ ପୀୟୁଷ ଚାଓ୍ଵଲା, କିନ୍ତୁ ଏବେ ରାଇନାଙ୍କ ଟିମ୍‌ରେ ହେବେ ସାମିଲ

ଆଇପିଏଲ୍‌ ୧୫ ସିଜିନରେ ଅନସୋଲ୍ଡ ରହିଥିଲେ ଅନେକ ଖେଳାଳି। ଏମାନଙ୍କୁ ମଧ୍ୟରେ ପୀୟୁଷ ଚାଓ୍ଵଲାଙ୍କ ନାମ ମଧ୍ୟ ରହିଥିଲା। ଯେଉଁମାନେ ଅନସୋଲ୍ଡ ରହିଥିଲେ ସେମାନଙ୍କ ମଧ୍ୟରୁ କିଛି ଢାକା ପ୍ରିମିଅର ଲିଗରେ ଆଉ କେତେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳିବେ। କିନ୍ତୁ କିଛି ଖେଳାଳି ଅନସୋଲ୍ଡ ହୋଇଥିଲେ ମଧ୍ୟ ଆଇପିଏଲ୍‌ ସହିତ ଜଡିତ ରହିବେ। ସେମାନଙ୍କ ମଧ୍ୟରୁ ପୀୟୁଷ ଚାଓ୍ଵଲା ଅନ୍ୟତମ। ପୀୟୁଷ ଚାଓ୍ଵଲାଙ୍କୁ ଖେଳାଳି ଭାବେ ନୁହେଁ ବରଂ କମେଣ୍ଟ୍ରି ଟିମ୍‌ରେ ସାମିଲ କରାଯାଇଛି। ଆଉ ସେ ରାଇନାଙ୍କ ସହିତ ମିଶି କମେଣ୍ଟ୍ରି ବକ୍ସରେ କମେଣ୍ଟ୍ରି କରିବେ।

ସୁରେଶ ରାଇନା ଆଇପିଏଲ ୨୦୨୨ର ମେଗା ନିଲାମୀରେ ଅନସୋଲ୍ଡ ଥିବା ବେଳେ ଏବେ କମେଣ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରାଇନା ରବି ଶାସ୍ତ୍ରୀଙ୍କ ସହିତ କମେଣ୍ଟ୍ରି କରିବେ ଏବଂ ତାଙ୍କ ସହିତ ପୀୟୁଷ ଚାଓ୍ଵଲା କମେଣ୍ଟ୍ରି ମଧ୍ୟ କରିବେ। ଦୁହେଁ ମିଶି ରବି ଶାସ୍ତ୍ରୀଙ୍କ ସହିତ ହିନ୍ଦୀ କମେଣ୍ଟ୍ରି କରିବେ।

ପୀୟୁଷ ଚାଓ୍ଵଲା ଆଇପିଏଲରେ ଜଣେ ସଫଳ ବ୍ୟାଟନ୍ସମ୍ୟାନ। ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଲିଷ୍ଟରେ ଟପ୍‌ ୪ ରେ ରହିଛନ୍ତି ପୀୟୁଷ। ଲସିଥ ମଲିଙ୍ଗା, ଡେ୍ଵନ ବ୍ରାଭୋ ଏବଂ ଅମିତ ମିଶ୍ରାଙ୍କ ପରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଲିଷ୍ଟରେ ରହିଛନ୍ତି ପୀୟୁଷ ଚାଓ୍ଵଲା। ସେ ୧୬୫ ମ୍ୟାଚରେ ୧୬୪ ଇନିଂସ ଖେଳି ୧୫୭ ଓ୍ଵିକେଟ ନେଇଛନ୍ତି। ଗତ ସିଜିନର ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥିଲେ।

ସୂଚନାଯୋଗ୍ୟ, ସୁରେଶ ରାଇନା ଏବଂ ରବି ଶାସ୍ତ୍ରୀ ଆଇପିଏଲ ୨୦୨୨ରେ ହିନ୍ଦୀ କମେଣ୍ଟ୍ରି ଟିମ୍‌ରେ ସାମିଲ ହେବେ। ଆଇପିଏଲରେ ନ ଖେଳିଲେ ନାହିଁ କିନ୍ତୁ ନିଜ କଥା ଜରିଆରେ ଏଥର ଦର୍ଶକଙ୍କ ମନୋରଂଜନ କରିବେ। ସୁରେଶ ରାଇନା ଆଇପିଏଲ୍‌ରେ ୨୦୫ଟି ମ୍ୟାଚ ଖେଳିଥିବା ବେଳେ ୫୫୨୮ ରନ୍‌ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ବ୍ୟତୀତ ଗୁଜୁରାଟ ଲାଇଏନ୍ସ ଟିମ୍‌ରେ ମଧ୍ୟ ଖେଳିଛନ୍ତି। ରାଇନାଙ୍କୁ ଚିନ୍ନା ଥାଲା ନାମରେ ମଧ୍ୟ ଜଣାଶୁଣା।

Swagatika

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

9 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

21 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

35 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

51 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago