କ୍ରୀଡା

ବିଶ୍ୱକପ୍‌ ପାଇଁ ଅହମ୍ମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼; ଅପରାହ୍ନରେ ପହଞ୍ଚିବେ ମୋଦି

ବିଶ୍ବକପ୍ ଫାଇନାଲ ଫାଇଟ୍ ଦେଖିବାକୁ ଅହମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅହମ୍ମଦାବାଦରେ ପହଞ୍ଚିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ଆଜି ଟ୍ରଫି ନେଇ ଯିବୁ ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର। ସେହିପରି ମ୍ୟାଚ୍ ଦେଖିବାକୁ ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ। ତାଙ୍କ ସହ ଏହି ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ଆସିବେ ଶହଶହ ଭିଭିଆଇପି । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ । ଖେଳ ସାଙ୍ଗକୁ ଜମିବ ରଂଗାରଂଗ କାର୍ଯ୍ୟକ୍ରମ ।

ଖେଳ ଆରମ୍ଭରୁ ହେବ ବାୟୁସେନାର ଏୟାର ସୋ । ଏହାସହ ଲେଜର ଓ ଡ୍ରୋନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି । ଦିନ ସାଢେ ଗୋଟାଏରେ ହେବ ଏୟାର ସୋ। ୨୦ମିନିର ହେବ ବାୟୁସେନାର ଏହି ଏୟାର ସୋ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ ଏହି ଏୟାର ସୋ କରିବେ। ଏଥିରେ ସୂର୍ଯ୍ୟକିରଣ ବିମାନ ଟିମ ସହ ସାମିଲ ଅଛି ଏମକେ ୧୩୨ ବିମାନ । ବିଶ୍ବକପରେ ଏହି ମ୍ୟାଚରେ ଭାରତର ବିଶ୍ବକପ କ୍ରିକେଟ ଜିତିଥିବା ଦୁଇ ପୂର୍ବତନ କ୍ରିକେଟ ଅଧିନାୟକ କପିଳ ଦେବ ଏବଂ ମହେନ୍ଦ୍ର ସିଂ ଧୋନି ଉପସ୍ଥିତ ରହିବେ।

ଏହି ଅବସରରେ ବିସିସିଆଇ ପକ୍ଷରୁ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରାଯିବ। ୧୯୭୫ ବିଶ୍ବକପ ଠାରୁ ଆରମ୍ଭ କରି ୨୦୧୯ ବିଶ୍ବକପ ବିଜୟୀ ଅଧିନାୟକଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିରେ ୱେଷ୍ଟଇଣ୍ଡିଜ କ୍ୟାପଟେନ କ୍ଲାଇଭ ଲଏଡ, ଅଷ୍ଟ୍ରେଲିଆର ଆଲାନ ବର୍ଡର, ରିକି ପଣ୍ଟିଂ, ଷ୍ଟିଭ ୱ, ଭାରତର ମହେନ୍ଦ୍ର ସିଂ ଧୋନି, ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ ଓ ଇଂଲଣ୍ଡର ଇଅନ୍ ମର୍ଗାନଙ୍କୁ ଯୋଗ ଦେବାକୁ ନିମନ୍ତ୍ରିତ କରାଯାଇଛି ।

ଆଜିର ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ରହିଛି । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ । ଆଜି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ବିଶ୍ୱକପ ୨୦୨୩ ମହାଯୁଦ୍ଧର ସାକ୍ଷୀ ରହିବ । ମ୍ୟାଚ ପୂର୍ବରୁ ଚଳଚଂଚଳ ଅହମ୍ମବାଦାବାଦ । ପହଁଚିଲେଣି ଦେଶବିଦେଶରୁ ଅତିଥି । ଟିମ ଇଣ୍ଡିଆ ଜର୍ସି ପିନ୍ଧି ପହଞ୍ଚୁଛନ୍ତି ଦର୍ଶକ ।

Barsha

Recent Posts

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଅଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

18 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

21 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

33 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

41 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago