Categories: କ୍ରୀଡା

ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ, ବସ୍ତିରୁ ଆସିଥିବା ଏହି ପିଲାମାନେ କରୁଛନ୍ତି ରାଜ୍ୟ ପାଇଁ ପ୍ରତିନିଧିତ୍ୱ

ଜାତୀୟସ୍ତରରେ ଓଡ଼ିଆ ପ୍ରତିଭାଙ୍କ ଜୟଯାତ୍ରା ଅନେକ ଦେଖିବାକୁ ମିଳିଛି । ଖେଳ ହେଉ ବା ଅନ୍ୟ କୌଣସି କ୍ଷେତ୍ରରେ ହେଉ, ଅନେକ ପ୍ରତିିଭା ଓଡିଶା ପାଇଁ ପାଲଟିଛନ୍ତି ଗୌରବର କାରଣ । ଏବେ ଓଡିଆ ମହିଳା ପ୍ରତିଭାଙ୍କ ଏହି ତାଲିକାରେ ସାମିଲ୍ ହୋଇଛି ଆଉ କିଛି ନାମ । ଜଣେ କି ଦୁଇ ଜଣ ନୁହେଁ ୮ ଜଣ ମହିଳା କ୍ରିକେଟ ଖେଳାଳି ଏବେ ଓଡିଶା ଏବଂ ପଡୋଶୀ ଝାଡଖଣ୍ଡକୁ କ୍ରିକେଟ୍ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ଏହି ସମସ୍ତ ଖେଳାଳି ହେଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବଲାଣି ସହରର । ସବୁଠାରୁ ବଡ କଥା ହେଉଛି ପଙ୍କରୁ ପଦ୍ମ ଫୁଟିବା ଭଳି ସମସ୍ତ ଖେଳାଳି ହେଉଛନ୍ତି ବସ୍ତି ଓ ହାଟିଙ୍ଗ ଅଞ୍ଚଳର ।

କିଏ ବ୍ୟାଟିଂ କରୁଛି ତ କିଏ ବୋଲିଂ, ଆଉ କିଏ କରୁଛି ଓ୍ଵିକେଟ୍ କିପିଂ । ପଡିଆରେ ପ୍ରାକ୍ଟିସ୍ କରୁଥିବା ଏହି ଖେଳାଳି ମାନେ ପୁରୁଷ ନୁହନ୍ତି । ବରଂ ପୁରୁଷ ପ୍ରଧାନ ଖେଳରେ ନିଜର ପ୍ରାଧାନ୍ୟ ଦେଖାଉଛନ୍ତି ମହିଳା । ଓଡ଼ିଶା କ୍ରିକେଟ୍ ଟିମରେ ସାମିଲ୍ ହୋଇଛନ୍ତି ବଲାଣିର ପୂର୍ଣ୍ଣିମା ରାୟ, କୁସୁମ ତିରିଆ ଏବଂ ରାଣୀ ପ୍ରସାଦ । ସେହିପରି ରଶ୍ମି ଗୁଡିଆ, ପିଙ୍କି ତିର୍କୀ, ପୂଜା ବାନ୍ଦ୍ରା , ଇଶ୍ରାନୀ ସୋରେନ୍ ଏବଂ ଅଞ୍ଜଳି ଦାସ ପଡୋଶୀ ଝାରଖଣ୍ଡ ପାଇଁ କରୁଛନ୍ତି ପ୍ରତିନିଧିତ୍ୱ । ହେଲେ ବିଡମ୍ବନାର କଥା ହେଉଛି ଏହି ୫ ଜଣ ଓଡିଶାରେ ଅଲୋଡା ହେବାରୁ ଝାଡଖଣ୍ଡ ମୁହାଁ ହୋଇଛନ୍ତି ।

କାହାର ପରିବାର ରେଳ ସାଇଡିଂରେ କାମ କରୁଛନ୍ତି ତ ଆଉ କାହାର ଦିନ ମଜୁରିଆ । ଅତି ଗରିବ ଘରୁ ଆସିଛନ୍ତି ଏହି ୮ ଖେଳାଳି । ହେଲେ ନିଜର ଅଦମ୍ୟ ଚେଷ୍ଟା ଏବଂ ଦୃଢ ଇଛାଶକ୍ତି ବଳରେ ଆଜି ମହିଳା କ୍ରିକେଟ୍ ଜଗତରେ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ । ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ଅଭ୍ୟାସ ପାଇଁ ସମୟ ଦେଇପାରୁନଥିବା କହିଛନ୍ତି ଖେଳାଳି ଏବଂ କୋଚ୍ । ଅନ୍ୟପଟେ ସମସ୍ତଙ୍କ ପ୍ରଶିକ୍ଷଣ ଦେବା ପାଇଁ ପଦକ୍ଷେପ ନେଇଛି ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍ ଅନ୍ତର୍ଗତ ବଲାଣି ଲୌହ ଖଣି । ସରକାର ଉଚିତ୍ ପ୍ରୋତ୍ସାହନ ଯୋଗାଇ ଦେଲେ ବିଶ୍ୱ ଦରବାରରେ ଓଡ଼ିଶା ତଥା ଦେଶକୁ ନିଶ୍ଚିତ ଭାବରେ ଗୌରବାନ୍ଵିତ କରିପାରିବେ ଏହି ପ୍ରତିଭାବାନ୍ ଖେଳାଳି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

10 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago