ଭୁଲ୍‌ରେ ବି ସୁଦ୍ଧା ଶରୀରର ଏହି ୫ଟି ଅଙ୍ଗକୁ ଛୁଅଁନ୍ତୁ ନାହିଁ, ନଚେତ୍ ଭୋଗିପାରନ୍ତି ଜଟିଳ ସମସ୍ୟା

ଅନେକ ଲୋକଙ୍କର ଅନେକ ବଦଭ୍ୟାସ ରହିଛି। ଯେପରି ବସି ବସି ଆଖି, କାନ, ନାକରେ ହାତ ପୂରାଇବା, ତାହାକୁ ମକଚିବା, ଛୁଇଁବା ଆଦି କାମ ବାରମ୍ବାର କରିଥାଆନ୍ତି। କିନ୍ତୁ ଆପଣ ହୁଏତ ଏହା ଜାଣି ନ ଥିବେ, ଶରୀରର ଏମିତି କିଛି ଅଙ୍ଗ ରହିଛି, ଯାହାକୁ ହାତରେ ଛୁଇଁବା ଉଚିତ ନୁହେଁ। ଏପରି କଲେ, ଆପଣ ଗମ୍ଭୀର ରୋଗରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା, ତାହା କେଉଁ ସବୁ ଅଙ୍ଗ, ଯାହାକୁ ଛୁଇଁବା ଆପଣଙ୍କ ପାଇଁ ଭାରି ପଡ଼ିପାରେ।

୧.ଆଖି

କିଛି ଲୋକ ଆଖି ମକଚିଥାଆନ୍ତି। ଏହାଦ୍ୱାରା ଆଖି ବହୁତ ଜଲ୍‌ଦି ସଂକ୍ରମଣ ହୋଇଯାଇଥାଏ। କାରଣ, ଆମ ଆଖି ବହୁତ ସେନ୍ସିଟିଭ୍ ହୋଇଥାଏ। ଆଖି ରଗଡ଼ିବା ବେଳେ ହାତ ଏବଂ ନଖରେ ଥିବା ଜୀବାଣୁ ସହଜରେ ଆଖିକୁ ପ୍ରବେଶ କରିଥାଆନ୍ତି।

୨.ନାକ

ଅନେକ ସମୟରେ ଦେଖାଯାଏ, ଲୋକେ ନାକରେ ଆଙ୍ଗୁଠି ଭର୍ତ୍ତି କରି ନାକ ସଫା କରିଥାଆନ୍ତି। କିନ୍ତୁ ଲୋକଙ୍କୁ ଏହା ଜଣା ନ ଥାଏ, ସେମାନେ ନାକକୁ ସଫା ନୁହେଁ, ବରଂ ତାହାକୁ ଆହୁରି ଅପରିଷ୍କାର କରିଦିଅନ୍ତି। ଆପଣ ଆଙ୍ଗୁଠି ନାକ ଭିତରେ ପୂରାଇଲେ, ଏହାଦ୍ୱାରା ନେଜଲ ଇନ୍‌ଫେକ୍ସନ ଏବଂ ଫଙ୍ଗଲ ଇନ୍‌ଫେକ୍ସନ ହୋଇପାରେ। ଯଦି ଆପଣ ନାକ ସଫା କରିବାକୁ ଚାହୁଁଛନ୍ତି, ତା’ହେଲେ ସେନେଟାଇଜ୍ ଟିସ୍ୟୁ ବ୍ୟବହାର କରିପାରିବେ।

ଏହାସହ ପଢ଼ନ୍ତୁ: ଚେହେରାର ରଙ୍ଗ ମଳିନ ପଡ଼ିଯାଇଛି କି? ଡାଏଟ୍‌ରେ ତୁରନ୍ତ ସାମିଲ କରନ୍ତୁ ଏହି ୫ଟି ଜିନିଷ

୩.ମଳଦ୍ୱାର/ମୂତ୍ରଦ୍ୱାର

ଏହା ଶରୀରର ବହୁତ ସେନ୍ସିଟିଭ୍ ଜାଗା। ଏଠାରେ ବହୁ ମାତ୍ରାରେ ବ୍ୟାକ୍ଟେରିଆ ଥାଆନ୍ତି। ସେଠି ଅନ୍ୟ ଅଙ୍ଗ ଛୁଇଁବା ମାତ୍ରେ ସଂକ୍ରମଣ ବଢ଼ିଯାଇଥାଏ। ତେଣୁ କେବେ ବି ଏହାକୁ ହାତରେ ଛୁଇଁବାର ଭୁଲ୍ କରନ୍ତୁ ନାହିଁ।

୪.ମୁହଁ

ଆପଣ ମୁହଁରେ ହାତ ରଖୁଥିଲେ, ଏବେଠୁ ସାବଧାନ ହୋଇଯାଆନ୍ତୁ। କାରଣ, ହାତର ସ୍କିନ୍‌ରେ ବହୁତ ବ୍ୟାକ୍ଟେରିଆ ଥାଆନ୍ତି, ଯାହାକି ଆପଣଙ୍କ ମୁହଁକୁ ଚାଲିଯାଇଥାଆନ୍ତି।

୫.କାନ

ଅନେକ ଲୋକଙ୍କଠାରେ କାନ ଖେଞ୍ଚିବା ଭଳି ଖରାପ ଅଭ୍ୟାସ ରହିଥାଏ। କିନ୍ତୁ କେବେ ବି ଏପରି କରନ୍ତୁ ନାହିଁ। କାରଣ, ଏମିତି କରିବା ବହୁତ ଭୟାନକ ହୋଇଥାଏ। ଅନେକ ବାର ଇନ୍‌ଫେକ୍ସନ କାନ ଭିତରେ ଥିବା ଇୟର କେନାଲ ପଯ୍ୟର୍ନ୍ତ ପହଞ୍ଚିଯାଏ, ଯଦ୍ଦ୍ଵାରା ଆପଣଙ୍କ ସମସ୍ୟା ବଢ଼ିଯାଇଥାଏ।

Roshni

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

4 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

13 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

13 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

31 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

31 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

35 mins ago