ଆଜିକାଲି ଟିକ୍ଟକ୍ ଭିଡିଓ କରିବା ଏକ ସାଧାରଣ କଥା। ଯିଏ ଯେଉଁଠି ପାରୁଛି ସେଠାରେ ନିଜ ମନପସନ୍ଦର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛି। ଏମିତି କି ବେଳେବେଳେ ଲୋକମାନେ ଭିଡିଓ କରିବା ପୂର୍ବରୁ ସ୍ଥାନ-କାଳ-ପାତ୍ର କିଛି ଦେଖିନଥାନ୍ତି। ଫଳରେ ଭିଡିଓ କରିବା ପରେ ସେମାନେ ଏଭଳି କାହିଁକି କଲେ ଭାବି ପସ୍ତେଇ ହୋଇଥାନ୍ତି। ଏବେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ଟିକ୍ଟକ୍ ପାଇଁ ଏକ ଭିଡିଓ କରୁଥିବା ବେଳେ ତାଙ୍କ ପଛରେ ଭୂତ ଯାଉଥିବା ଦେଖିବାକୁ ମିଳିଛି।
ଟିକ୍ଟକ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ‘ଚାନ୍ସ ଦ ର୍ୟାପର’ ଗୀତରେ ନାଚୁଥିବା ବେଳେ ତାଙ୍କ ପଛପଟେ ଛାଇ ଭଳି କିଛି ଚାଲୁଥିବା ଦେଖିବାକୁ ମିଳିଛି। ଡ୍ୟାନ୍ସରେ ମଗ୍ନ ଥିବା ମହିଳା ପ୍ରଥମେ ତାହା ଜାଣିପାରିନଥିଲେ। କିନ୍ତୁ ଭିଡିଓକୁ ସେୟାର କରିବା ପରେ ସେ ଛାଇ ବିଷୟରେ ଜାଣିପାରି ଡରିଯାଇଥିଲେ। ତେବେ ଭିଡିଓଟିକୁ ଦେଖି ଦର୍ଶକେ ମଧ୍ୟ ଭୟଭୀତ ହୋଇଥିବା ଜଣାପଡ଼ିଛି।
ଏହାସହ ପଢ଼ନ୍ତୁ: ପୁଅ କଡ଼ରେ ଭୂତ ଶୋଇଥିବା ସିସିଟିଭିରେ ଦେଖିଲେ ମହିଳା, ସତ ଜାଣିବା ପରେ ଉଡ଼ିଗଲା ହୋସ୍
ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୭୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ‘ଚାନ୍ସ ଦ ର୍ୟାପର’ ମଧ୍ୟ ଏହି ଭିଡିଓକୁ ସେୟାର କରି ଉପରେ ଭୂତ ଅଛି ବୋଲି କ୍ୟାପସନ୍ ଦେଇଛି। ସେହିପରି ଅନ୍ୟ ୟୁଜରମାନେ ମଧ୍ୟ ପଛରେ ଭୂତ ଥିବା କହିଛନ୍ତି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…