ଟିକ୍‌ଟକ୍‌ କରୁଥିବା ବେଳେ ମହିଳାଙ୍କ ପଛରେ ଚାଲୁଥିଲା ଭୂତ, ଭିଡିଓ ଦେଖିଲେ ଆପଣ ବି ଡରିଯିବେ

ଆଜିକାଲି ଟିକ୍‌ଟକ୍‌ ଭିଡିଓ କରିବା ଏକ ସାଧାରଣ କଥା। ଯିଏ ଯେଉଁଠି ପାରୁଛି ସେଠାରେ ନିଜ ମନପସନ୍ଦର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛି। ଏମିତି କି ବେଳେବେଳେ ଲୋକମାନେ ଭିଡିଓ କରିବା ପୂର୍ବରୁ ସ୍ଥାନ-କାଳ-ପାତ୍ର କିଛି ଦେଖିନଥାନ୍ତି। ଫଳରେ ଭିଡିଓ କରିବା ପରେ ସେମାନେ ଏଭଳି କାହିଁକି କଲେ ଭାବି ପସ୍ତେଇ ହୋଇଥାନ୍ତି। ଏବେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ଟିକ୍‌ଟକ୍‌ ପାଇଁ ଏକ ଭିଡିଓ କରୁଥିବା ବେଳେ ତାଙ୍କ ପଛରେ ଭୂତ ଯାଉଥିବା ଦେଖିବାକୁ ମିଳିଛି।

ଟିକ୍‌ଟକ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ‘ଚାନ୍ସ ଦ ର‍୍ୟାପର’ ଗୀତରେ ନାଚୁଥିବା ବେଳେ ତାଙ୍କ ପଛପଟେ ଛାଇ ଭଳି କିଛି ଚାଲୁଥିବା ଦେଖିବାକୁ ମିଳିଛି। ଡ୍ୟାନ୍ସରେ ମଗ୍ନ ଥିବା ମହିଳା ପ୍ରଥମେ ତାହା ଜାଣିପାରିନଥିଲେ। କିନ୍ତୁ ଭିଡିଓକୁ ସେୟାର କରିବା ପରେ ସେ ଛାଇ ବିଷୟରେ ଜାଣିପାରି ଡରିଯାଇଥିଲେ। ତେବେ ଭିଡିଓଟିକୁ ଦେଖି ଦର୍ଶକେ ମଧ୍ୟ ଭୟଭୀତ ହୋଇଥିବା ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ପୁଅ କଡ଼ରେ ଭୂତ ଶୋଇଥିବା ସିସିଟିଭିରେ ଦେଖିଲେ ମହିଳା, ସତ ଜାଣିବା ପରେ ଉଡ଼ିଗଲା ହୋସ୍‌

ଦେଖନ୍ତୁ ଭିଡିଓ:

ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୭୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ‘ଚାନ୍ସ ଦ ର‍୍ୟାପର’ ମଧ୍ୟ ଏହି ଭିଡିଓକୁ ସେୟାର କରି ଉପରେ ଭୂତ ଅଛି ବୋଲି କ୍ୟାପସନ୍‌ ଦେଇଛି। ସେହିପରି ଅନ୍ୟ ୟୁଜରମାନେ ମଧ୍ୟ ପଛରେ ଭୂତ ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.