Categories: ରାଜ୍ୟ

ଦୀପାବଳି ପାଇଁ ଚଳଚଞ୍ଚଳ କୈଳାସପୁର ଗାଁର କୁମ୍ଭକାର ସାହି , ସରକାରୀ ପ୍ରୋତ୍ସାହନ ମିଳିଲେ ବଞ୍ଚି ରହନ୍ତା କୌଳିକ ବୃତ୍ତି

ମୟୂରଭଞ୍ଜ : ଆଗକୁ ଦୀପାବଳି । ପିଲାଠୁ ବୁଢ଼ା ସମସ୍ତେ ଦୀପ ଗଢ଼ିବାରେ ବ୍ୟସ୍ତ । ବଜାରରେ ଚାଇନା ସାମଗ୍ରୀ ପସରା ମେଲିଥିବା ବେଳେ ଦୀପର ଚାହିଦା କିନ୍ତୁ କମିନି । ହେଲେ ପରିଶ୍ରମ ଅନୁସାରେ ରୋଜଗାର ହେଉନଥିବାରୁ କାରିଗର ମନରେ କ୍ଷୋଭ ରହିଛି । ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ବୁଡିବାକୁ ବସିଲାଣି ଏମାନଙ୍କ କୁଳ ବେଉସା ।

ଦୀପାବଳି ଆସିଲେ ମନେପଡ଼େ ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକର କୈଳାସପୁର ଗାଁ । ଏହି ଗାଁରେ ସମସ୍ତେ କୁମ୍ଭକାର । ଦିନରାତି ପରିଶ୍ରମ କରି ମାଟିର ବିିଭିନ୍ନ ପ୍ରକାର ଜିନିଷ ତିଆରି କରନ୍ତି । କେବଳ ବର୍ଷା ଋତୁକୁ ବାଦ ଦେଇ ବର୍ଷ ତମାମ୍ ଲାଗି ପଡନ୍ତି କାମରେ । ହେଲେ ପରିଶ୍ରମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁ ନଥିବା ଦୁଃଖର ସହ ପ୍ରକାଶ କରିଛନ୍ତି କୁମ୍ଭକାର । ଅତି କଷ୍ଟରେ ମାସକୁ ୪ରୁ ୫ହଜାର ଟଙ୍କା ପର‌୍ୟ୍ୟନ୍ତ ରୋଜଗାର ହୁଏ । ଯେଉଁଥିରେ ପରିବାର ଚଳାଇବା କଷ୍ଟ ।

ଅନ୍ୟପଟେ ବଜାରରେ ଚାଇନା ସାମଗ୍ରୀକୁ ଦେଖି ମନଊଣା କରି ବସିଛି ଦୀପ କାରିଗର । ଚାଇନା ସାମଗ୍ରୀର ସିଧାସଳଖ ପ୍ରଭାବ ଦୀପ କାରିଗରଙ୍କ ଉପରେ ପଡିଛି । ପରିଶ୍ରମ ଅନୁସାରେ ଅର୍ଥ ମିଳୁନଥିବାରୁ କୁଳ ବେଉସାରୁ ଦୂରେଇ ଯାଉଛନ୍ତି ଆଗାମୀ ପିଢି । ଏମାନଙ୍କ ପାଇଁ ପ୍ରଶାସନ କେବଳ ତାଲିମ ବ୍ୟବସ୍ଥା କରି ନୀରବରେ ବସିଯାଇଛି । ସରକାରୀସ୍ତରରେ ସେଗୁଡିକର ବିକ୍ରୀ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ କରିଛନ୍ତି କୁମ୍ଭକାର ।

ଆଧୁନିକତା ଓ ଚାକଚକ୍ୟ ଭିତରେ ହଜି ଯାଉଛି ଦୀପ ବ୍ୟବସାୟ । ଦୀପର ସ୍ଥାନ ନେବାକୁ ବସିଲାଣି ଚାଇନା ସାମଗ୍ରୀ । ତେଣୁ ସରକାରୀ ସ୍ତରରେ ଏଗୁଡିକର ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲେ ହଜି ଯିବାକୁ ବସିଥିବା କୌଳିକ ବୃତ୍ତିକୁ ବଞ୍ଚାଇ ରଖା ଯାଇ ପାରନ୍ତା ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

13 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

23 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

34 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago