କ୍ରୀଡା

ଆଇପିଏଲ୍‌ : ଛୋଟ ସ୍କୋର୍‌ରେ ରାଜସ୍ଥାନର ବଡ଼ ବିଜୟ, ହାରିଗଲା ହାଇଦ୍ରାବାଦ

ଦୁବାଇ : ଆଜି ରବିବାର ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ବିଜୟୀ ହୋଇଛି । ହାଇଦ୍ରାବାଦ ସନରାଇଜର୍ସକୁ ୫ ଓ୍ଵିକେଟ୍‌ରେ ହରାଇଛି ।

ରାଜସ୍ଥାନ ରୟାଲ୍‌ସ ପ୍ରଥମରୁ ଝୁଣ୍ଟି ଝୁଣ୍ଟି ମାତ୍ର ୭୮ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିଲା । ତେବେ ସଞ୍ଜୁ ସାମସନ୍‌ (୨୬ ରନ୍‌), ରିୟାନ୍‌ ପରାଗ ଏବଂ ଫର୍ମରେ ଥିବା ରାହୁଲ ତେଓ୍ଵାତିଆ ଓ୍ଵିକେଟ୍‌ରେ ଜମି ରହିଥିଲେ । ଶେଷ ଦୁଇ ଓଭର୍‌ରେ୨୨ ରନ୍‌ ଏବଂ ଅନ୍ତିମ ଓଭର୍‌ରେ ଜିତିବା ପାଇଁ ଆବଶ୍ୟକ ହେଉଥିଲା ମାତ୍ର ୮ ରନ୍‌ । ଶେଷ ଓଭର ବେଶ୍‌ ରୋମାଞ୍ଚକର ହୋଇଥିଲା । ଅନ୍ତିମ ତିନିଟି ବଲ୍‌ରେ ଜିତିବା ପାଇଁ ୩ ରନ୍‌, ଦୁଇ ବଲ୍‌ରେ ୨ ରନ୍‌ ଦରକାର ଥିଲା । ତେବେ ପଞ୍ଚମ ବଲ୍‌ରେ ପରାଗ ଖଲିଲ ଅହମଦଙ୍କୁ ଏକ ଛକା ମାରି ଖେଳ ସାରି ଦେଇଥିଲେ । ରିୟାନ୍‌ ପରାଗ ୨୬ ବଲ୍‌ରେ ୪୨ ରନ୍‌ (୨ ଚୌକା ଓ ୨ ଛକା) ଏବଂ ରାହୁଲ ତେଓ୍ଵାତିଆ ୨୮ ବଲ୍‌ରେ ୪୫ ରନ୍‌ (୪ ଚୌକା, ୨ ଛକା) କରି ଦଳକୁ ଜିତାଇ ଦେଇଥିଲେ । ରାଜସ୍ଥାନ ୧୯.୫ ଓଭରରେ ୫ ଓ୍ଵିକେଟ୍‌ରେ ୧୬୩ ରନ୍‌ କରିଥିଲା । ଏହି ବିଜୟ ସହ ଦଳ ୭ଟି ମ୍ୟାଚ୍‌ରୁ ୬ ପଏଣ୍ଟ ହାସଲ କରିଛି ।

ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ କରିଥିଲା ୪ ଓ୍ଵିକେଟ୍‌ରେ ୧୫୮ ରନ୍‌ । ଓପ୍ନର ଓ୍ଵାର୍ଣ୍ଣର ୩୮ ବଲ୍‌ରେ ୪୮ (୩ ଚୌକା ଓ ୨ ଛକା), ବ୍ୟାରେଷ୍ଟୋ ୧୬, ଓ୍ଵଲିୟମ୍‌ସନ୍‌ ମାତ୍ର ୧୨ ବଲ୍‌ରୁ ଅପରାଜିତ ୨୨ ରନ୍‌ ଏବଂ ପ୍ରିୟମ ଗର୍ଗ ୧୫ ରନ୍‌ କରିଥିଲେ । ତେବେ ମନୀଷ ପାଣ୍ଡେଙ୍କ ୪୪ ବଲ୍‌ରେ ୫୪ ରନ୍‌ (୨ ଚୌକା ଓ ୩ ଛକା) ଦଳକୁ ଏକ ଭଲ ସ୍କୋର ଦେଇଥିଲା ।

KNews Bureau

Recent Posts

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

8 mins ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

14 mins ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

22 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ରହିଛି ।…

31 mins ago

ଜାଣନ୍ତୁ ଆଜି କେତେ ରହିଛି ବଜାରରେ ସୁନା ଦର ?

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

39 mins ago

ରାଜ୍ୟରେ ଜାରି ରହିଛି ତାତି, ଆଗକୁ ଆହୁରି ବଢିବ,୪୫ ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଖରାରେ ଆଉଟୁପାଉଟୁ ଜନଜୀବନ। ଉପକୂଳରୁ ଉପାନ୍ତ ସବୁଠି କଲବଲ…

55 mins ago