Photo credit: My India News
ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କ ମଧ୍ୟ ଫିଭର ଚଢିଥିଲା। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି କରି କହିଛନ୍ତି। ଏବେ ଏମାନଙ୍କ ଛଡା ପାକିସ୍ତାନୀ କ୍ରିକେଟର୍ସ ମଧ୍ୟ ଫିଲ୍ମର ଗୀତରେ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଛନ୍ତି।
ପାକିସ୍ତାନ ସୁପର ଲିଗରେ ‘ପୁଷ୍ପା’ ଫିଲ୍ମର ଗୀତ ଶ୍ରୀବାଲିରେ ପାକିସ୍ତାନୀ କ୍ରିକେଟର୍ସ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ରାଶିଦ ଖାନଙ୍କ ପାକିସ୍ତାନ ଦ୍ରୁତ ବୋଲର ହାରିସ ରଉଫଙ୍କ ସହିତ ପୁଷ୍ପା ଫିଲ୍ମର ଶ୍ରୀବାଲୀ ଗୀତର ହୁକ୍ ଷ୍ଟେପ କପି କରି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ରାଶିଦ ଖାନ୍ ନିଜ ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛନ୍ତି।
ଆଫଗାନିସ୍ତାନ ସ୍ପିନର ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ କୋଇ ଚଷମା ନେହିଁ ପେହେନା ହୈ ଲେକିନ ଟ୍ରେଣ୍ଡ କେ ସାଥ ଫିର ଭି ଜା ରହା ହୁଁ। ଏହା ପୂର୍ବରୁ ରାଶିଦ ଖାନ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ପୁଷ୍ପାର ଡାଇଲଗ କହୁଥିବା ନଜର ଆସିଥିଲେ। ଯେଉଁଥିରେ କମେଣ୍ଟ ଦେଇ ଡେଭିଡ ଓ୍ଵାର୍ଣ୍ଣର କପି ନ କରିବା ପାଇଁ କହିଥିଲେ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…