ପାକିସ୍ତାନୀ ଖେଳାଳିଙ୍କ ସହିତ ରାଶିଦ ଖାନ ଶ୍ରୀବାଲୀ ଗୀତରେ କଲେ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କ ମଧ୍ୟ ଫିଭର ଚଢିଥିଲା। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି କରି କହିଛନ୍ତି। ଏବେ ଏମାନଙ୍କ ଛଡା ପାକିସ୍ତାନୀ କ୍ରିକେଟର୍ସ ମଧ୍ୟ ଫିଲ୍ମର ଗୀତରେ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଛନ୍ତି।

ପାକିସ୍ତାନ ସୁପର ଲିଗରେ ‘ପୁଷ୍ପା’ ଫିଲ୍ମର ଗୀତ ଶ୍ରୀବାଲିରେ ପାକିସ୍ତାନୀ କ୍ରିକେଟର୍ସ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ରାଶିଦ ଖାନଙ୍କ ପାକିସ୍ତାନ ଦ୍ରୁତ ବୋଲର ହାରିସ ରଉଫଙ୍କ ସହିତ ପୁଷ୍ପା ଫିଲ୍ମର ଶ୍ରୀବାଲୀ ଗୀତର ହୁକ୍‌ ଷ୍ଟେପ କପି କରି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ରାଶିଦ ଖାନ୍‌ ନିଜ ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛନ୍ତି।

 

View this post on Instagram

 

A post shared by Rashid Khan (@rashid.khan19)

ଆଫଗାନିସ୍ତାନ ସ୍ପିନର ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ କୋଇ ଚଷମା ନେହିଁ ପେହେନା ହୈ ଲେକିନ ଟ୍ରେଣ୍ଡ କେ ସାଥ ଫିର ଭି ଜା ରହା ହୁଁ। ଏହା ପୂର୍ବରୁ ରାଶିଦ ଖାନ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ପୁଷ୍ପାର ଡାଇଲଗ କହୁଥିବା ନଜର ଆସିଥିଲେ। ଯେଉଁଥିରେ କମେଣ୍ଟ ଦେଇ ଡେଭିଡ ଓ୍ଵାର୍ଣ୍ଣର କପି ନ କରିବା ପାଇଁ କହିଥିଲେ।