ଲଢ଼ୁଆ ବିମାନ ଗାୟବ, ଉଡାଣର କିଛି ସମୟ ପରେ ହିଁ କଟିଲା କନେକସନ୍‌

ଜାପାନ୍‌ ଏୟାର ସେଲ୍ଫ ଡିଫେନ୍ସର ଲଡାକୁ ବିମାନ ଏଫ-୧୫ ସୋମବାର ଉଡାଣ ଭରିବା ସମୟ ପରେ ହିଁ ରାଡରରୁ ଗାୟବ ହୋଇଯାଇଛି। ଏହି ବିମାନ ସେଣ୍ଟ୍ରାଲ ଜାପାନର କୋମସ୍ତୁ ଏୟାରବେସ୍‌ ଠାରୁ ଉଡାଣ ଭରିଥିଲା। ପାଖାପାଖି ୫ କିଲୋମିଟର ପରେ ଜାପାନ ସାଗର ଉପରେ ଏହାର କନେକସନ୍‌ ରାଡର ଛିଡିଗଲା। ଯାହା ସୂଚନା ରହିଛି ଏଥିରେ ୨ ଜଣ କ୍ରୁ ମେମ୍ବର ଥିଲେ। ଏହାକୁ ଜେଟ ଟ୍ରେନିଙ୍ଗ୍‌ ପାଇଁ ବ୍ୟବହାର କରାଯାଉଥିଲା। ତେବେ ବିମାନଟିି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଏବେ ଯାଏଁ ଏହାକୁ ନେଇ କୌଣସି ଅଫିସିଆଲ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ସନ୍ଧାନ ଅଭିଯାନକୁ ସେହି ଏରିୟାରେ କିଛି ଭାସୁଥିବାର ଦେଖିବାକୁ ମିଳିଛି ଯେଉଁଠି ବିମାନର ରାଡର ଠାରୁ ସମ୍ପର୍କ କାଟିଦେଇଥିଲା। ବର୍ତ୍ତମାନ ଏକ୍ସପର୍ଟ ଟିମ୍‌ ଏହାର ସନ୍ଧାନ କରୁଛି। ଏବେ ଖାଲି ଦେଖିବାକୁ ବାକି ରହିଲା ଯେ ଏହି ଖୋଜାଖୋଜିରେ କେଉଁ ଖବର ସାମ୍ନାକୁ ଆସିଛି। ଏହି ଲଡାକୁ ବିମାନ ସେହି ସ୍କ୍ଵାଡ୍ରନର ଥିଲା ଯେଉଁଠି ଟ୍ରାକ୍ଟିକାଲ ଫ୍ଲାଇଟ ଟ୍ରେନିଙ୍ଗ ସମୟରେ ଏନିମି ଏୟାରକ୍ରାଫ୍ଟ ଭାବରେ କାମ କରେ। ଯୁଦ୍ଧ ସ୍ତାରେ ଏହାର ସନ୍ଧାନ ଏବେବି ଜାରି ରହିଛି।

ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସର ସ୍ଟିଲଥ୍‌ ଜେଟ ୨୦୧୯ରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାକୁ ଖୋଜିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ପ୍ରାୟ ୨ ବର୍ଷ ପରେ ପୁଣି ଆଉ ଥରେ ଏହି ବଡ ଘଟଣା ସାମ୍ନାକୁ ଆସିଛି।