ବିଦେଶ ଯାତ୍ରାରେ ହେବ ଏହି ପରିବର୍ତ୍ତନ, ଜାଣନ୍ତୁ କଣ ଏହି ଇ-ପାସପୋର୍ଟ

ବଜେଟ୍‌ ୨୦୨୨ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଇ-ପାସପୋର୍ଟକୁ ନେଇ ବଡ ଘୋଷଣା କରିଛନ୍ତି। ସେ ନିଜ ବଜେଟ ଭାଷଣରେ କହିଛନ୍ତି ଯେ ୨୦୨୨-୨୩ରେ ଇ-ପାସପୋର୍ଟ ଜାରୀ ହେବ। ଏହାଦ୍ୱାରା ନାଗରିକଙ୍କୁ ବିଦେଶ ଯାତ୍ରାରେ ସୁବିଧା ମିଳିବ। ବଜେଟ୍‌ ପୂର୍ବରୁ ଅନୁମାନ ଲଗାଯାଉଥିଲା ଯେ ସରକାର ଇ-ପାସପୋର୍ଟକୁ ନେଇ କୌଣସି ବଡ ଘୋଷଣା କରିପାରନ୍ତି।

ଅର୍ଥ ମନ୍ତ୍ରୀ ନିଜର ଭାଷଣରେ କହିଛନ୍ତି ଯେ ଇ-ପାସପୋର୍ଟରେ ଚିପ୍‌ ଲଗାଯାଇଥିବ ଏବଂ ଏହି ଟେକ୍ନୋଲୋଜି ବର୍ଷ ୨୦୨୨-୨୩ରେ ଜାରି ହେବ। ଏହାଦ୍ୱାରା ନାଗରିଗଙ୍କୁ ବିଦେଶ ଯାତ୍ରାରେ ସହଜ ହେବ। ଏହି ଚିପ୍‌ ଡାଟା ସହ ଜଡିତ ସୁରକ୍ଷାକୁ ଭଲ କରିବା ପାଇଁ ବ୍ୟବହାର କରାଯିବ। ଏହାପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଜଣାଇଥିଲେ ଯେ ମନ୍ତ୍ରାଳୟ ନାଗରିକଙ୍କ ପାଇଁ ଚିପ୍‌ ଯୁକ୍ତ ଇ-ପାସପୋର୍ଟ ଆଣିବା ପାଇଁ ଚର୍ଚ୍ଚା କରିଥିଲେ।

ଇ-ପାସପୋର୍ଟ କଣ?

ଇ-ପାସପୋର୍ଟ ସାଧାରଣତଃ ଆପଣଙ୍କ ରେଗୁଲାର ପାସପୋର୍ଟର ଡିଜିଟାଲ ଭର୍ସନ। ଏଥିରେ ଇଲେକଟ୍ରୋନିକ ଚିପ୍‌ ଲଗାଥିବ, ଯାହା ଡାଟା ସିକ୍ୟୁରିଟୀକୁ ସାହାଯ୍ୟ କରିବ। ଏହି ମାଇକ୍ରୋଚିପରେ ପାସପୋର୍ଟ ହୋଲ୍ଡରଙ୍କ ନାମ ଏବଂ ଡେଟ ଅଫ୍‌ ବାର୍ଥ ସମେତ ଅନ୍ୟ ବିବରଣୀ ବି ରହିଥିବ। ଏହି ପାସପୋର୍ଟ ଜାରି ହେବା ପରେ ନାଗରିକଙ୍କୁ ଇମିଗ୍ରେସନ ପାଇଁ ଲମ୍ବା ଲାଇନ ଯୋଉ ଲଗାଇବାକୁ ପଡୁଥିଲା ସେଥିରୁ ମୁକ୍ତି ମିଳିବ। ଏଥିରେ ଲଗାଯାଇଥିବା ଚିପ ସାହାଯ୍ୟରେ ପାସପୋର୍ଟକୁ ସହଜରେ ଇମିଗ୍ରେସନ କାଉଣ୍ଟରରେ ସ୍କାନ କରାଯାଇପାରିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇ-ପାସପୋର୍ଟର ପ୍ରଚଳନ ଅନେକ ଦେଶରେ କରାଯାଉଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ଭଳି ଦେଶରେ ଏହାର ବ୍ୟବହାର ପୂର୍ବରୁ ହିଁ କରାଯାଉଛି। ଏହି ଦେଶରେ ବାୟୋମେଟ୍ରିକ ଇ-ପାସପୋର୍ଟ ସିଷ୍ଟମ ରହିଛି। ଏହି ଇ-ପାସପୋର୍ଟରେ ୬୪କେବି ଷ୍ଟୋରେଜର ସ୍ପେସ୍‌ ରହିଥାଏ। ଯେଉଁଥିରେ ୟୁଜରଙ୍କର ଡିଜିଟାଲ ଷ୍ଟୋର ରହିଥାଏ।