ପ୍ରତୀକ୍ଷାର ଅନ୍ତ! ଚଳିତ ବର୍ଷରୁ ଆରମ୍ଭ ହେବ 5G ସେବା ଓ ସ୍ପେକ୍ଟ୍ରମ ନିଲାମୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷର କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ଟେଲିକମ୍ ଏବଂ ଡିଜିଟାଲ୍ ଦୁନିଆ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହାକି ଦେଶରେ 5G ସେବା ସମ୍ବନ୍ଧୀୟ ରହିଛି। ବଜେଟ୍ ହିସାବରେ ଦେଶରେ ବର୍ଷ ୨୦୨୨-୨୩ ଅର୍ଥାତ୍‌ ଚଳିତ ବର୍ଷରୁ ହିଁ 5G ସେବା ଆରମ୍ଭ କରାଯିବ। ଏଥି ସହିତ 5G ସ୍ପେକ୍ଟ୍ରମର ନିଲାମୀକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆସନ୍ତୁ ଜାଣିବା ଏହା ବିଷୟରେ।

କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଚଳିତ ବର୍ଷଠାରୁ ହିଁ ଦେଶର ଲୋକମାନଙ୍କୁ 5G ସେବାର ଲାଭ ଉଠାଇବାକୁ ମଉକା ମିଳିଯିବ। ଏଥି ସହ ସୀତାରମଣ କହିଛନ୍ତି, ଘରୋଇ କମ୍ପାନୀଗୁଡିକ ଦ୍ୱାରା 5G ମୋବାଇଲ୍ ସେବା ଆରମ୍ଭ ପାଇଁ ସ୍ପେକ୍ଟ୍ରମ୍ ନିଲାମୀ ଆଗାମୀ ଆର୍ଥିକ ବର୍ଷ ୨୦୨୨-୨୩ରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.