Below header

ଦୀର୍ଘ ୮ ଦିନ ପରେ ଘରକୁ ଫେରିଛନ୍ତି ଉତ୍ତମ, ସ୍ତ୍ରୀ ଓ ଝିଅକୁ ପାଖରେ ପାଇ ଖୁବ୍ ଖୁସି

ସୋର(କେନ୍ଯୁଜ୍): ଦୀର୍ଘ ୮ ଦିନ ପରେ ଘରକୁ ଫେରିଛନ୍ତି ବାଲେଶ୍ଵର ଜିଲ୍ଲା ସରିସା ଗ୍ରାମର ଉତ୍ତମ ପଣ୍ଡା ।  ସ୍ତ୍ରୀ ଓ ଝିଅଙ୍କୁ ପାଖରେ ପାଇ ସେ ଖୁବ୍ ଖୁସି। କୁନି ଝିଅକୁ କୋଳରେ ଧରିବା ପରେ ସେ ସବୁ କିଛି କିଛି ଭୁଲି ଯାଇଛନ୍ତି। ସେ ନେଇଥିବା ନିଷ୍ପତ୍ତି ଭୁଲ୍ ଥିଲା ବୋଲି ଅନୁତାପ କରିଛନ୍ତି ।

ଗତ ୨୩ ତାରିଖରେ କର୍କଟ ରୋଗ ହୋଇଥିବା ନେଇ ଏକ କୋହଭରା ଚିଠି ଲେଖି କେଉଁଆଡ଼େ ଚାଲିଯାଇଥିଲେ ଉତ୍ତମ । ଏହି ଖବର ସମଗ୍ର ପରିବାରକୁ ଭାଙ୍ଗି ଦେଇଥିଲା । ଜଳେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଲା । ଉତ୍ତମ ଏବେ କେଉଁଠି, ତାଙ୍କୁ କେଉଁ ରୋଗ ହୋଇଛି , ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କାହିଁକି ପୂର୍ବରୁ ସୂଚନା ଦେଇ ନଥିଲେ ଏହି ସବୁ ପ୍ରଶ୍ନ ପରିବାର ଲୋକଙ୍କୁ ବିବ୍ରତ କରୁଥିଲା । ହେଲେ ୮ ଦିନ ପରେ ଉତ୍ତମଙ୍କୁ ଦିଲ୍ଲୀ ରୁ ଉଦ୍ଧାର କରାଯାଇଛି । ଗତ ରବିବାର ବିଳମ୍ବିତ ରାତିରେ ସେ ଖଇରା ବ୍ଲକ ରାଇକୁଲା ଗ୍ରାମରେ ଥିବା ତାଙ୍କ ଶ୍ବଶୁର ଘରେ ଆସି ପହଁଚିଛନ୍ତି ।

ମାନସିକ ଭାରସ୍ଯାମ ହରାଇ ଉତ୍ତମ ସଂସାର ଛାଡ଼ିବାକୁ ଚିନ୍ତା କରିଥିଲେ। ଵୃନ୍ଦାବନରେ ପହଞ୍ଚି ଶ୍ରୀ କୃଷ୍ଣଙ୍କ ଦର୍ଶନ କରିବା ପରେ ତାଙ୍କୁ ପରିବାର କଥା ମନେ ପଡିଥିଲା । ସେଠାରୁ ପୁଣି ସେ ଘରକୁ ଫେରିବାକୁ ଚହିଁଥିଲେ। ସମସ୍ଯା ଅଛି ମାନେ ତାହାର ସମାଧାନର ବାଟ ବି ନିହାତୀ ଥିବ । ତେଣୁ ଜୀବନରେ କିଛି ନିଷ୍ପତ୍ତି ନେବା ପୂର୍ବ ଥରେ ନିଜ ଲୋକଙ୍କ ପରାମର୍ଶ ନିହାତୀ ନେବା ଉଚିତ୍। ତେବେ ଘର ପୁଅ ଘରକୁ ଫେରିବା ପରେ , ଏବେ ପରିବାର ଲୋକେ ସଭିଁଏ ଖୁସି। ୟା ଠାରୁ ବା କଣ ବଡ କଥା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.