ନୂଆଦିଲ୍ଲୀ : କ୍ରିକେଟର ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରିଷଭ । ଦୁର୍ଘଟଣାର ୪୦ ଦିନ ପରେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି ପନ୍ତ । ସର୍ଜରୀ ପରେ ପ୍ରଥମ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଡାହାଣ ଗୋଡ଼ରେ ପ୍ଲାଷ୍ଟର ଓ କ୍ରଚ୍ ଧରି ଚାଲୁଥିବାର ଫଟୋ ସେୟାର କରିଛନ୍ତି ।
ଗତ ଡିସେମ୍ବର ୩୧ ତାରିଖରେ ଦିଲ୍ଲୀରୁ ରୁର୍କି ଯାଉଥିବା ବେଳେ ତାଙ୍କ ମର୍ସିଡିଜ ଗାଡ଼ି ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ଗାଡିଟି ଜଳି ଯାଇଥିଲା। ପନ୍ତଙ୍କ କପାଳରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଡ଼ିଯାଇଥିଲା । ଫଳରେ ତାଙ୍କର ବହୁତ ବଡ଼ ଅପରେସନ ହେବା ସହ ସେ ଚିକିତ୍ସାଧୀନ ରହିଥିଲେ । ଆଜି ପ୍ରଥମ ଥର ପାଇଁ ନିଜ ଗୋଡରେ ଠିଆ ହେବାର ଫଟୋ ସେୟାର କରିଛନ୍ତି ପନ୍ଥ ।
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…
ଭୁବନେଶ୍ୱର : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…
ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…