ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରିଷଭ, ୪୦ ଦିନ ପରେ ନିଜ ଗୋଡ଼ରେ ଛିଡ଼ା ହେବାର ଫଟୋ କଲେ ସେୟାର

ନୂଆଦିଲ୍ଲୀ : କ୍ରିକେଟର ରିଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରିଷଭ । ଦୁର୍ଘଟଣାର ୪୦ ଦିନ ପରେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି ପନ୍ତ । ସର୍ଜରୀ ପରେ ପ୍ରଥମ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଡାହାଣ ଗୋଡ଼ରେ ପ୍ଲାଷ୍ଟର ଓ କ୍ରଚ୍‌ ଧରି ଚାଲୁଥିବାର ଫଟୋ ସେୟାର କରିଛନ୍ତି ।

ଗତ ଡିସେମ୍ବର ୩୧ ତାରିଖରେ ଦିଲ୍ଲୀରୁ ରୁର୍‌କି ଯାଉଥିବା ବେଳେ ତାଙ୍କ ମର୍ସିଡିଜ ଗାଡ଼ି ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ଗାଡିଟି ଜଳି ଯାଇଥିଲା। ପନ୍ତଙ୍କ କପାଳରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଛିଡ଼ିଯାଇଥିଲା । ଫଳରେ ତାଙ୍କର ବହୁତ ବଡ଼ ଅପରେସନ ହେବା ସହ ସେ ଚିକିତ୍ସାଧୀନ ରହିଥିଲେ । ଆଜି ପ୍ରଥମ ଥର ପାଇଁ ନିଜ ଗୋଡରେ ଠିଆ ହେବାର ଫଟୋ ସେୟାର କରିଛନ୍ତି ପନ୍ଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.