Below header

ଆଜିର ରାଶିଫଳ ଜାଣନ୍ତୁ: ଏହି ରାଶିର ଲୋକଙ୍କୁ ମିଳିବ ଆର୍ଥିକ ଫାଇଦା, ଦିନଟି ହେବ ଶୁଭମୟ

ଆଜିର ଦିନ ଭଲ ରହିବ। ଆଜି ଆପଣଙ୍କର ଅଟକିଥିବା କାର୍ଯ୍ୟ ପୂରା ହେବ। ଆଜି ଆପଣ କୌଣସି ନୂଆ ବିଜନେସ୍‌ ଆରମ୍ଭ କରିପାରନ୍ତି।

ମେଷ: ଆଜିର ଦିନ ଭଲ ରହିବ। ଆଜି ଆପଣଙ୍କର ଅଟକିଥିବା କାର୍ଯ୍ୟ ପୂରା ହେବ। ଆଜି ଆପଣ କୌଣସି ନୂଆ ବିଜନେସ୍‌ ଆରମ୍ଭ କରିପାରନ୍ତି।

ବୃଷ: ଆଜି କୌଣସି ଖାସ୍‌ କାର୍ଯ୍ୟ କିମ୍ବା ଆକର୍ଷକ ଯୋଜନା ଆପଣଙ୍କୁ ଦିନସାରା ଘେରି ରହିବ। ଆପଣଙ୍କର ପୂରା ଦିନ ଏହା ବିଷୟରେ ଭାବି ଭାବି କଟିଯିବ। ମନ ମୁତାବକ ଯାତ୍ରା କରନ୍ତୁ, ଲାଭ ପାଇବେ।

ମିଥୁନ: ଆଜି ଆପଣ ନିଜକୁ ନୂଆ ରୋମାଞ୍ଚକର ସ୍ଥିତିରେ ପାଇବେ, ଯାହା ଆପଣଙ୍କୁ ଆର୍ଥିକ ଫାଇଦା ପହଞ୍ଚାଇବ। ନିଜର ମୂଲ୍ୟବାନ ସମୟ ନିଜ ପିଲାମାନଙ୍କ ସହିତ ବିତାନ୍ତୁ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ। ବ୍ୟବସାୟରେ ସାମାନ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କ ପିଲାମାନେ ଆପଣଙ୍କୁ ବ୍ୟବସାୟରେ ସମ୍ପୂର୍ଣ୍ଣ ସମର୍ଥନ କରିବେ।

ସିଂହ: ଆଜି ଆପଣ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଧୌର୍ଯ୍ୟଶୀଳତା କମିବ। ଚାକିରିରେ ଅଫିସରମାନଙ୍କ ସହିତ ମତଭେଦ ହୋଇପାରେ। କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ।

କନ୍ୟା: ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ରୁକ୍ଷ ବ୍ୟବହାର ଘରର ପରିବେଶକୁ ଅଶାନ୍ତ ରଖିବ। ତରବରିଆ ଭାବେ କେଉଁଆଡ଼େ ନିବେଶ କରନ୍ତୁ ନାହିଁ।

ତୁଳା: ଆଜିର ଦିନ ମନ ଭିତରେ ନୂଆ ବିଚାର ଆସିପାରେ, ଯଦ୍ଦ୍ଵାରା ଆଜି ଆପଣ ନୂଆ କ୍ରିଏଟିଭିଟି କରିପାରନ୍ତି। ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ।

ବିଛା: ଅଫିସ୍ କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣଙ୍କ ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ତିକ୍ତ ହୋଇପାରେ। ଯେଉଁଥିପାଇଁ ଆପଣଙ୍କ ମନ ଉଦାସ ରହିବାର ସମ୍ଭାବନା ରହିଛି।

ଧନୁ: ଆଜି ଆପଣ ଖେଳକୁଦରେ ଭାଗ ନେବେ, ଯାହା ଆପଣଙ୍କୁ ଫିଟ୍ ରଖିବ। ଆଜି ଆପଣ ସମସ୍ତ ପାରିବାରିକ ଋଣ ପରିଶୋଧ କରିବାକୁ ସମର୍ଥ ହେବେ।

ମକର: ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିବ। ଏହି ପରିଣାମ ବ୍ୟବସାୟ ସହିତ ଜଡିତ ହୋଇପାରେ। ଆଜି କୌଣସି ନୂଆ ବ୍ୟବସାୟରେ ଟଙ୍କା ବିନିଯୋଗ ଦ୍ୱାରା ଆପଣଙ୍କୁ ଦ୍ୱିଗୁଣା ଲାଭ ମିଳିପାରେ।

କୁମ୍ଭ: ଆଜି ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ନ ହେବା କାରଣରୁ ନିରାଶ ରହିବେ। ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ପରିବାରରେ ଆନନ୍ଦର ବାତାବରଣ ରହିବ। ଆପଣଙ୍କର ଅତିରିକ୍ତ କାମ କରିବାର କ୍ଷମତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ମୀନ: ଟଙ୍କା, ପଇସା ସ୍ଥିତି ଏବଂ ଏହା ସହ ଜଡିତ ସମସ୍ୟାଗୁଡ଼ିକ ଚିନ୍ତାର କାରଣ ହୋଇପାରେ। ପ୍ରତ୍ୟେକ ନିବେଶକୁ ସାବଧାନତାର ସହ କରନ୍ତୁ। ସନ୍ଧ୍ୟା ସମୟ ଅତିଥିମାନଙ୍କ ସହିତ ବିତିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.