Below header

ଓଡିଶା ଗସ୍ତର ଦ୍ୱିତୀୟ ଦିନ: ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଯିବେ । ସକାଳ ୯ଟା ୧୫ ମିନିଟରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ ମହାମହିମ । ସେଠାରେ ପ୍ରାୟ ଅଧଘଣ୍ଟା ଧରି ରହିବେ । ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ଲିଙ୍ଗରାଜଙ୍କ ଦର୍ଶନ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ । ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱରରେ ମୁତୟନ ହୋଇଛନ୍ତି ୪୦ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ୨୦୦ ପୋଲିସ ଅଧିକାରୀ ଅଛନ୍ତି । ଲିଙ୍ଗରାଜଙ୍କ ଦର୍ଶନ ପରେ କଟକ ଯିବେ ରାଷ୍ଟ୍ରପତି ।

ବିଦ୍ୟାଧରପୁରରେ ନ୍ୟାସନାଲ୍‌ ରାଇସ୍‌ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟ୍‌ରେ ଦ୍ୱିତୀୟ ଇଣ୍ଡିଆ ରାଇସ୍‌ କଂଗ୍ରେସକୁ ଉଦଘାଟନ କରିବେ । କଟକ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବେ । ଅପରାହ୍‌ଣ ୧୨ଟା ୪୫ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି । ଗତକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଦିନେ ଯେଉଁ କଲେଜରେ ସେ ପଢୁଥିଲେ ସେଇଠି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜ ପଢ଼ାବେଳର କଥା ମନେ ପକାଇ ଭାବବିହ୍ଵଳ ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପୂର୍ବ ଗସ୍ତ ସମୟରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.