ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ: ପ୍ରଥମ ଇନିଂସରେ ୧୪୪ ରନରେ ଆଗୁଆ ଟିମ ଇଣ୍ଡିଆ
ଆଜି ନାଗପୁର ଟେଷ୍ଟର ତୃତୀୟ ଦିନ । ଗତକାଲିର ଅସମାପ୍ତ ୩୨୧ ରନରୁ ଖେଳ ଆରମ୍ଭ କରିବ ଟିମ ଇଣ୍ଡିଆ । ଦଳ ୭ ଓ୍ଵିକେଟ ହରାଇସାରିଛି । ରବୀନ୍ଦ୍ର ଜାଡେଜା ୬୬ ଓ ଅକ୍ଷର ପଟେଲ ୫୨ ରନ କରି ଅପରାଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲଆ ଠାରୁ ୧୪୪ ରନରେ ଆଗୁଆ ଅଛି ରୋହିତ ଆଣ୍ଡ କୋ । ଭାରତ ହାତରେ ଆଉ ୩ ଉଇକେଟ ରହିଛି ।
ଗତକାଲି ସଂଘର୍ଷପୂର୍ଣ୍ଣ ୧୨୦ରନ୍ କରିଥିଲେ ରୋହିତ । ୨୧୨ ବଲ ଖେଳି ୧୨୦ ରନ୍ କରିଥିଲେ । ସ୍ପିନିଂ ଟ୍ରାକରେ ଭାରତୀୟ ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କୁ ଛାଡିଦେଲେ, ଅନ୍ୟ ବ୍ୟାଟର ବିଫଳ ହୋଇଥିଲେ । ଡେବ୍ୟୁ କରିଥିବା ସୂର୍ଯ୍ୟ କୁମାର ଯାଦବ ଓ କେ.ଏସ୍ ଭାରତ କମାଲ ଦେଖାଇ ପାରି ନଥିଲେ ।ରୋହିତ, ଜାଡେଜା ଏବଂ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ଫଳରେ ଭାରତ ୩୨୧ ରନ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ରନ୍ କରିଥିଲା।