କ୍ରୀଡା

ଆଇପିଏଲ୍‌ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ନଜର ଆସିବେ ରିଷଭ ପନ୍ତ ! ଟିମର ହେଡ କୋଚ୍‌ ରିକି ପଏଣ୍ଟିଂ ଦେଲେ ସୂଚନା

ଆଉ କିଛିଦିନ ପରେ ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ ୨୦୨୩ । ଏଥିପାଇଁ ସମସ୍ତ ଟିମ୍‌ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତଥରର ଆଇପିଏଲ୍‌ ବହୁତ ଖାସ୍‌ ହେବାକୁ ଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଅନ୍ଦାଜରେ ଫେରୁଛି ଆଇପିଏଲ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ଟିମର ଲୋକାଲ ବଏ ରିଷଭ ପନ୍ତଙ୍କୁ ସାଥି ଖେଳାଳି ବହୁତ ମିସ୍‌ କରିବେ । ତେବେ ରିଷଭଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସର ହେଡ କୋଚ୍‌ ରିକି ପଏଣ୍ଟିଂ ବଡ ଅପଡେଟ୍‌ ଦେଇଛନ୍ତି । ଯାହାକୁ ଜାଣିବା ପରେ ଫ୍ୟାନ୍ସ ଖୁସି ହୋଇଯିବେ । ଆଇପିଏଲ୍‌ ସମୟରେ ରିଷଭ ଷ୍ଟାଡିୟମରେ ନଜର ଆସିବେ ।

ଦିଲ୍ଲୀ କ୍ୟାପିଟାଲ୍ସର ହେଡ କୋଚ ରିକି ପଏଣ୍ଟିଂ ଶୁକ୍ରବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି ଲଞ୍ଚ କରିଛନ୍ତି । ଏହି ସମୟରେ ରିଷଭ ପନ୍ତଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ରିକି ପଏଣ୍ଟିଂ କହିଛନ୍ତି, ଆଇପିଏଲ୍‌ ସମୟରେ ରିଷଭ ଷ୍ଟାଡିୟମରେ ନଜର ଆସିବେ । ରିଷଭ ଡଗଆଉଟ୍‌ରେ ବସି ମ୍ୟାଚ୍‌ ଦେଖିବାକୁ ଆଶା ରଖିଛନ୍ତି ପଏଣ୍ଟିଂ । କୋଚ ଏବଂ ଅଧିନାୟକ ଠାରୁ ଅଧିକ ଜଣେ ବନ୍ଧୁ ଭାବେ ରିଷଭ ଏବଂ ମୋର ସୁଦୃଢ ସଂପର୍କ ରହିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ପଏଣ୍ଟିଂ କହିଛନ୍ତି ।

ବର୍ଷ ଆରମ୍ଭରୁ ଦୁର୍ଘଟଣାର ଶିକାର ହୋଇ ଆଇପିଏଲରୁ ବାଦ୍ ପଡିଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ । ତେଣୁ ଚଳିତବର୍ଷ ଆଇପିଏଲରେ ଅଧିନାୟକ ପଦ ଡେଭିଡ ୱାର୍ଣ୍ଣରଙ୍କ ଦିଆଯାଇଛି । କିନ୍ତୁ ମୁଖ୍ୟ କୋଚ ରିକି ପଣ୍ଟିଂ ଚାହୁଁଛନ୍ତି ଯେ, ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଖେଳାଳିମାନଙ୍କ ସହ ସାମିଲ ହୁଅନ୍ତୁ । ତାଙ୍କ ଉପସ୍ଥିତି ଏବଂ ସ୍ମୃତିକୁ ମ୍ୟାଚରେ ତାଜା ରଖିବା ପାଇଁ ଚାହୁଁଛନ୍ତି ଟିମର ସମସ୍ତ ସଦସ୍ୟ ।

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଲକ୍ଷ୍ନୌ ସୁପରଜିଆଣ୍ଟସ ସହିତ ରହିଛି । ଦୁହେଁ ଏପ୍ରିଲ ୧ ତାରିଖଷର ମ୍ୟାଚ ଷଖଳିବେ । ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ହେବ ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

10 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

19 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

22 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

56 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

57 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago