କ୍ରୀଡା

ବିଶ୍ୱକପ ୨୦୨୩ : ଭାରତ ଲଗାତାର ୫ଟି ମ୍ୟାଚ ଜିତିବା ପରେ ରୋହିତ ଶର୍ମାଙ୍କ ବଡ ବୟାନ, ’ଅଧା କାମ ହୋଇଛି, ଆଉ ବାକି ଅଛି ’

ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ଧାରା ବଜାୟ ରଖିଛି । ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ହରାଇ ପଏଣ୍ଟ ତାଲିକା ଶୀର୍ଷରେ ରହିଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମହମ୍ମଦ ସାମିଙ୍କ ୫ ଓ୍ଵିକେଟ ଏବଂ ବିରାଟ କୋହଲିଙ୍କ ୯୫ ରନ ଯୋଗୁଁ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଠାରୁ ଜିତିପାରିଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତ ନ୍ୟୁଜିଲାଣ୍ଡକୁ ବିଶ୍ୱକପରେ ୨୦୦୩ରେ ହରାଇଥିଲା । ଏହି ମ୍ୟାଚ ଜିତିବା ପରେ ଭାରତ ୫ଟି ମ୍ୟାଚ ଜିତି ୧୦ ପଏଣ୍ଟ ହାସଲ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଏହି ମ୍ୟାଚ ଜିତିବା ପରେ ରୋହିତ ଶର୍ମାଙ୍କ ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ନ୍ୟୁଜିଲାଣ୍ଡ ଠାରୁ ଜିତିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଅଧା କାମ ହୋଇଗଲା, କିନ୍ତୁ ଆଗାମୀ ବିଷୟରେ ଭାବିବାକୁ ହେବ । ଆମ କାମ ଅଧା ହୋଇଛି । ସନ୍ତୁଳନ ରହିବା ଜରୁରୀ । ବହୁତ ଆଗ ବିଷୟରେ ଚିନ୍ତା କରିବା ଜରୁରୀ ନୁହେଁ । ବର୍ତ୍ତମାନରେ ରହିବା ଜରୁରୀ ।

ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳିଥିବା ମହମ୍ମଦ ସାମି ୫ ଓ୍ଵିକେଟ ନେଇ କିଓ୍ଵି ଟିମର ମେରୁଦଣ୍ଡ ଭାଙ୍ଗିଥିଲେ । ରୋହିତ ସାମିଙ୍କ ବୋଲିଂକୁ ନେଇ ପ୍ରଶଂସା କରିଥିଲେ । କେବଳ ସାମିଙ୍କୁ ନୁହେଁ କୋହଲିଙ୍କୁ ମଧ୍ୟ ବେଶ୍‌ ପ୍ରଂଶସା କରିଥିଲେ ରୋହିତ ଶର୍ମା ।

ତେବେ ଫିଲ୍ଡିଂକୁ ନେଇ ରୋହିତ କହିଥିଲେ, ଫିଲ୍ଡିଂରେ ଆଜି ଆମେ ଭଲ କରିନଥିଲୁ । ତେବେ ଆମ ପାଖରେ ସବୁଠାରୁ ଶ୍ରେଷ୍ଠ ଫିଲ୍ଡର ରବିନ୍ଦ୍ର ଜାଡେଜା ରହିଛନ୍ତି । କିନ୍ତୁ କେବେ କେବେ କିଛି ଭୁଲ୍‌ ହୋଇଯାଏ । ଆଉ ଭୁଲ୍‌ରୁ ଶିଖିବା ଉଚିତ ।

ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।  ବିଜୟ ପାଇଁ ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୭୪ ରନ ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ( ୪୬ ରନ) ଓ ଶୁଭମନ ଗିଲ (୨୬ରନ) ଭଲ ଆରମ୍ଭ କରିଥିଲେ । ବିରାଟ କୋହଲି ୯୫ ରନ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତୀୟ ବୋଲର ମହମ୍ମଦ ସାମି ଆଜିର ମ୍ୟାଚରେ ଖେଳିଥିବାବେଳେ ସେ ସର୍ବାଧିକ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Swagatika

Recent Posts

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…

1 min ago

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

49 mins ago

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…

1 hour ago

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

1 hour ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

2 hours ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

2 hours ago