Categories: କ୍ରୀଡା

ବିରାଟଙ୍କ ପରେ ଅନୁଷ୍କାଙ୍କୁ ଅନଫଲୋ କଲେ ରୋହିତ୍ ଶର୍ମା, ଏହି କଥାକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ

ବିଶ୍ବକପ୍ ଶେଷ ହେଲା । ହେଲେ ଏହା ସହ ଜଡିତ ଖବର ଶେଷ ହେବାରେ ନା ଧରୁନି । ସେମିଫାଇନାଲରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ସହ ଜଡିତ ଅନେକ ଖବର ଗୋଟି ଗୋଟି କରି ପଦାକୁ ଆସୁଛି । ଶୁଣିବାକୁ ମିଳୁଛି ଦୁଇ ଭାଗ ହୋଇ ସାରିଛି ଟିମ୍ ଇଣ୍ଡିଆ । ଅଲଗା ହୋଇଯାଇଛନ୍ତି ବିରାଟ୍ ଏବଂ ରୋହିତ । ଗୋଟିଏ ଦଳ ବିରାଟଙ୍କୁ ଫଲୋ କରୁଥିବା ବେଳେ ଆଉ ଗୋଟିଏ ଦଳ ଫଲୋ କରୁଛି ରୋହିତଙ୍କୁ । ଏପରିକି ଏକ ରିପୋର୍ଟ ମୂତାବକ ବିଶ୍ବକପ୍ ସମୟରେ ଟିମ୍ ଦୁଇ ଭାଗ ହୋଇ ଖେଳୁଥିଲା । କୁହାଯାଉଛି ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ନିଷ୍ପତ୍ତିକୁ ପସନ୍ଦ କରନ୍ତିନି ରୋହିତ ଶର୍ମାଙ୍କ ଟିମ୍ । ଅନେକ ସମୟରେ କୋହଲିଙ୍କ ନିଷ୍ପତ୍ତିରେ ବିରୋଧ କରନ୍ତି ରୋହିତ୍ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଏହି ଫାଟ ସୃଷ୍ଟି ହୋଇଛି ।

ଏହା ସହ ପଢନ୍ତୁ ସେନାଙ୍କ ସୁରକ୍ଷା ପୋଷ୍ଟ ସମ୍ଭାଳିବେ ଧୋନୀ, ୧୫ ଦିନ ଯାଏ କଶ୍ମୀରରେ କରିବେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି

ତେବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ରଖାଯାଇନଥିଲା । ତେଣୁ ଏହାକୁ ଏକ ଗୁଜବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଯେଉଁ କାମ କରିଛନ୍ତି ରୋହିତ ସେଥିରୁ ଜଣା ପଡୁଛି ଏହା ଗୁଜବ ନୁହେଁ ବରଂ ସତ ଖବର । ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କ ଶର୍ମାଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି ରୋହିତ୍ । ତେବେ ଅନେକ ପୂର୍ବରୁ କୋହଲିଙ୍କୁ ଅନଫଲୋ କରିସାରିଥିଲେ ରୋହିତ୍ । ଯଦିଓ ବିରାଟ ଏବେ ବି ରୋହିତଙ୍କୁ ଫଲୋ କରୁଛନ୍ତି । ସେହିପରି ରୋହିତ୍ ଏବଂ ତାଙ୍କ ପତ୍ନୀ ରିତିକାଙ୍କୁ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଫଲୋ କରୁନାହାଁନ୍ତି । ରିତିକା ମଧ୍ୟ ଉଭୟ ବିରାଟ ଏବଂ ଅନୁଷ୍କାଙ୍କୁ ଫଲୋ କରୁନାହାଁନ୍ତି ।

ଏକ ରିପୋର୍ଟ ମୂତାବକ, ରୋହିତ ଏବଂ ବିରାଟଙ୍କ ମଧ୍ୟରେ ଫାଟ ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ରୋହିତ ଏବଂ ଶିଖର ଧୱନ କୋହଲିଙ୍କ ସହ ଜଡିତ ମ୍ୟାନେଜମେଣ୍ଟ କମ୍ପାନୀଠାରୁ ନିଜକୁ ଅଲଗା କରିଦେଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago