ଜାଣନ୍ତୁ ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ ?

ଆମେ ସବୁ ଖାଇବା ପରେ ଖାସ କରି ରାତିରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଆଇସକ୍ରୀମ ଖାଇଥାନ୍ତି ତ ଆଉ କେହି ଫଳ ଖାଇଥାନ୍ତି। ଅନ୍ୟପଟେ ଡାଇଟୀସିୟନ କହନ୍ତି ରାତିରେ ଖାସ କରି ଶୋଇବା ପୂର୍ବରୁ ଫଳ ଖାଇବା ଉଚିତ ନୁହେଁ କାରଣ ଆପଣଙ୍କ ଶରୀର ସେହି ସମୟରେ ଆରାମ କରିବା ସ୍ଥିତିରେ ଥାଏ।

ଯଦି ଆପଣ ସେହି ସମୟରେ କିଛି ଏମିତି ଜିନିଷ ଖାଇଥାନ୍ତି ଯାହା ସୁଗାରକୁ ବଢ଼ାଇଥାଏ ତେବେ ଆପଣଙ୍କ ଶରୀର ଶକ୍ତିରେ ଭରିଯାଇଥାଏ। ଏହି ସ୍ଥିତିରେ ଆପଣଙ୍କ ନିଦ ନ ଆସିବା ଏବଂ କାମ ନ କରିବା ଭଳି ଇଚ୍ଛା ହୁଏ।

ଏହା ଆପଣଙ୍କ ଶରୀର ପାଇଁ ଉତ୍ତମ ନୁହେଁ। ଖାସକରି କୁହାଯାଏ ଯେ ଯଦି ଆପଣଙ୍କ ରାତିର ଖାଦ୍ୟ ଏବଂ ମିଠା ମଧ୍ୟରେ କିଛି ବ୍ୟବଧାନ ରହିଥାଏ ଏବଂ ଏହାସହିତ ଶୋଇବାରେ ଡେରୀ ହୋଇଥାଏ ତେବେ ତାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଏହା ସହ ପଢ଼ନ୍ତୁ : ଜାମୁକୋଳି ଖାଇବା ପୂର୍ବରୁ ନିଶ୍ଚୟ ଜାଣନ୍ତୁ ଏଥିରୁ କଣ ହୋଇଥାଏ କ୍ଷତି

ଯଦି ଆପଣ ଫାଇବର ଯୁକ୍ତ ଫଳ ଖାଉଛନ୍ତି ତେବେ ଆପଣ ନିଜର ଓଜନର ଧ୍ୟାନ ରଖିପାରିବେ ଏବଂ ଏହାସହିତ ନିଜ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେଇପାରିବେ।

ଡେରୀରେ ରାତିରେ ଖାଦ୍ୟ ଖାଇବା ପରେ ଖଟ୍ଟା ଫଳର ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ। କିଛି ଏକ୍ସପର୍ଟଙ୍କ ମୁତାବକ ଫଳକୁ ରାତିରେ ଖାଇବା ଦ୍ବାରା ହାର୍ଟ ଆଟାକ୍, କିଡନୀ ଫେଲୟର, ହ୍ରୁଦୟ ରୋଗ, ଡାଇବେଟୀଜ୍ ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ।

ଏହାପୂର୍ବରୁ ଆପଣ ରାତିରେ ଫଳ ଖାଇବା ଆରମ୍ଭ କରିଦିଅନ୍ତୁ ତାହା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ରାତିରେ ଖାଉଥିବା ସବୁ ଫଳ ଭଲ ହୋଇନଥାଏ। କାରଣ ସମସ୍ତଙ୍କ ସ୍ବାସ୍ଥ୍ୟ ଅଲଗା ହୋଇଥାଏ ଏବଂ ଏହାସହିତ ଶରୀରର ଆବଶ୍ୟକତା ମଧ୍ୟ ଅଲଗା ହୋଇଥାଏ। ଯଦି ଆପଣ ଶରୀରର ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ କିମ୍ବା କୌଣସି ବି ନ୍ୟୁଟ୍ରିଏଣ୍ଟ ନିଅନ୍ତି ତେବେ ନିଜ ପାଇଁ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ।

Pritiparna

Recent Posts

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

19 mins ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

1 hour ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

1 hour ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

1 hour ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

1 hour ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago