ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଖେଳାଳି ଯେତେବେଳେ ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କରନ୍ତି ସେତେବେଳେ ଫ୍ୟାନ୍ମାନେ ହତାଶ ହୋଇପଡ଼ିଥାନ୍ତି। କିନ୍ତୁ ଏହା ସତ ଯେ କେବେ ନା କେବେ ଖେଳାଳିଙ୍କୁ ଅବସର ଗ୍ରହଣ କରିବାକୁ ପଡ଼ିଥାଏ। ସେହିଭଳି ଏକ ଦୁଃଖଦ ଖବର WWE ଜଗତରୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
WWE ର ଆଗଧାଡ଼ିର ରେସ୍ଲର ରୋଣ୍ଡା ରାଓଜୀ ଅବସର ନେବାକୁ ଘୋଷଣା କରିଛନ୍ତି। Wrestlemania ରେ ପରାଜୟବରଣ କରିବା ପରେ ରାଓଜୀ ଏଭଳି ଘୋଷଣା କରିଛନ୍ତି। ଏହି ପୂର୍ବତନ ୟୁଏପ୍ସି ଚାମ୍ପିୟନ୍ ଶୋପିସ୍ ଇଭେଣ୍ଟରେ ମେଟ ଲାଇଫ ଷ୍ଟାଡିୟମ୍ରେ ହାରିବା ପରଠାରୁ କୌଣସି ଖେଳରେ ଭାଗ ନେଇନାହାନ୍ତି। ରାଓଜୀ ଏବେ ନିଜ ନିଜ ଅବସର ସମ୍ପର୍କରେ ସୂଚନା ଦେବା ସହ ନିଜ ଛୁଆ ସହ ସମୟ ବିତାଇବାକୁ ଚାହୁଁଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ସେ ଟ୍ରବିସ୍ ବ୍ରାଉନ୍ଙ୍କୁ ବିବାହ କରିଥିଲେ।
ଏହାସହ ପଢ଼ନ୍ତୁ: ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍କୁ ନୋଟିଫିକେସନ୍
ଏହି ଷ୍ଟାର ଖେଳାଳି ନିଜ କ୍ୟାରିୟରରେ ଅନେକ ରୋଚକ ଫାଇଟ୍ ଲଢ଼ିଛନ୍ତି। ମାତ୍ର କିଛି ବର୍ଷ ପୂର୍ବରୁ ରାଓଜୀଙ୍କର ଏକ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହେଇଥିଲା। ଭିଡିଓରେ ସେ ଚିତ୍ରିତ ଶରୀରରେ ନଜର ଆସିଥିଲେ। ଏହି ଫଟୋ ସେହି ସମୟରେ ଖୁବ୍ ଚର୍ଚ୍ଚାରେ ଥିଲା। ଫଟୋ ଲିକ୍ ହେବା ପରେ ରାଓଜି ଡିପ୍ରେସନ୍କୁ ଚାଲିଯାଇଥିଲେ।
ରାଓଜୀଙ୍କର ଏହି ଅବସର ନିଷ୍ପତ୍ତି ପରେ ଜଣେ ୟୁଜର ଲେଖିଛନ୍ତି ବ୍ୟାଡେଷ୍ଟ ଓମେନ୍ ଅଫ୍ ପ୍ଲାନେଟ୍କୁ ଆମେ ପୁଣି ଥରେ ରିଂ ରେ ଦେଖିବାକୁ ଚାହୁଁଛୁ। ଆଉ ଜଣେ ୟୁଜର ଲେଖିଛନ୍ତି ପ୍ଲିଜ୍ କମ୍ ବ୍ୟାକ୍। ତେବେ ଦେଖାଯାଉ ରାଓଜୀ ପୁଣିଥରେ ରିଂକୁ ଫେରୁଛନ୍ତି ନା ନାହିଁ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…