କ୍ରୀଡା

ଆରସିବିକୁ ହରାଇ ମୁମ୍ବାଇ ପାଇଁ ସୁଯୋଗ ଆଣିଦେଲେ ଶୁବମନ, ସଚିନ ଦେଲେ ଖାସ୍‌ ମେସେଜ

ଶୁବମନଙ୍କ ଧମାକେଦାର ଶତକରେ ହାରମାନିଲା ଆରସିବି । ଶୁବମନ ଗିଲ୍‌ ୫୨ ବଲରେ ୧୦୪ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ଓ୍ଵିକେଟରେ ହାରି ପ୍ଲେ ଅଫରୁ ବାଦ୍‌ ପଡିଛି । ରୟାଲ ଚ୍ୟାଲେଞ୍ଜର୍ସର ପରାଜୟ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ସ୍ଥାନ ପାଇଛି । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ସଚିନ ତେନ୍ଦୁଲକର ମଜାଳିଆ ଅନ୍ଦାଜରେ ପ୍ରଶଂସା କରିଛନ୍ତି ।

ମୁମ୍ବାଇ ପ୍ଲେ ଅଫରେ ସ୍ଥାନ ପାଇବା ପରେ ସଚିନ ଟ୍ଵିଟ୍‌ କରି ଲେଖିଛନ୍ତି, କେମରୁନ ଗ୍ରୀନ ଏବଂ ଶୁବମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ବ୍ୟାକ୍‌ ଟୁ ବ୍ୟାକ୍‌ ଶତକ ମାରିଛନ୍ତି । ମୁମ୍ବାଇକୁ ପ୍ଲେ ଅଫରେ ଏଣ୍ଟ୍ରି ଯୋଗୁଁ ମୁଁ ବହୁତ ଖୁସି ।

କେବଳ ସଚିନ ନୁହେଁ ସୌରଭ ଗାଙ୍ଗୁଲି ମଧ୍ୟ ଟ୍ଵିଟ୍‌ କରି ଶୁବମନଙ୍କ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଏ ଦେଶ କେଉଁଭଳି ପ୍ରତିଭା ସୃଷ୍ଟି କରିଛି…. ଓାଃ ଶୁବମନ… । ସେହିଭଳି ବୀରେନ୍ଦ୍ର ସେହ୍ଵାଗ ମଧ୍ୟ ଟ୍ଵିଟ୍‌ କରି ଶୁବମନଙ୍କୁ ପ୍ରଶଂସା କରିଛନ୍ତି ।

ଚଳିତ ଆଇପିଏଲ୍‌ ସିଜିନରେ ଶୁବମନ ଗିଲଙ୍କ ଭଲ ପ୍ରଦର୍ଶନ ରହିଛି । ଏପର୍ଯ୍ୟନ୍ତ ୧୪ଟି ମ୍ୟାଚରେ ୬୮୦ ରନ୍‌ କରିସାରିଛନ୍ତି ।

ରବିବାର ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ୧୯୮ ରନକୁ ପିଛା କରିଥିବା ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ମହମ୍ମଦ ସିରାଜ ତାଙ୍କୁ ଆଉଟ୍ କରି ଆରସିବିକୁ ପ୍ରାରମ୍ଭିକ ସଫଳତା ‌ଦେଇଥିଲେ।  ଶୁବମନ ଗିଲ୍‌ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍‌ କରିଥିଲେ। ଶଙ୍କର ୩୪ ବଲରୁ ଏବଂ ଗିଲ୍‌ ୨୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୫ ବଲରୁ ୫୩ ରନ୍‌ ସଂଗ୍ରହ କରି ଶଙ୍କର ଆଉଟ୍ ହୋଇଯାଇଥିଲେ । ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ।

Swagatika

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

8 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

22 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

35 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

36 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago